ଶ୍ରୀରାମ ସେବକ ସଂଘ ଓ ଆଞ୍ଚଳିକ ହିନ୍ଦୁ ସଂଗଠନ ପକ୍ଷରୁ ୧୦୮ ହନୁମାନ ଚାଳିଶା ପାଠ ଓ ବିଶାଳ ବାଇକ୍ ରାଲି
ଖୋର୍ଦ୍ଧା ,୧୫/୪: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଶ୍ରୀରାମ ସେବକ ସଙ୍ଘ ତରଫରୁ ରାମ ମନ୍ଦିର ପରିସର ମାରୁତି ମଣ୍ଡପରେ ସଙ୍କଟ ମୋଚନ ହନୁମାନ ଜୀଙ୍କ ଜୟନ୍ତୀ ତଥା ଦଶମ ବାର୍ଷିକ ଉତ୍ସବ ସହିତ ଓଡ଼ିଆ ନବ ବର୍ଷ ମହା ବିଷୁବ ପଣା ସଂକ୍ରାନ୍ତି ଅବସରରେ ସାମୁହିକ ୧୦୮ ହନୁମାନ ଚାଳିଶା ପାଠ , ଯଜ୍ଞ ଅନୁଷ୍ଠିତ ହୋଇଛି। ସନ୍ଧ୍ୟାରେ ଭଜନ ସମାରୋହ ସହିତ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀରାମ ସେବକ ସଂଘ ର ଅମରେନ୍ଦ୍ର ବଡ଼ପଣ୍ଡା,ରାଜେଶ ପ୍ରତିହାରୀ,ନିରାକାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାମଦାୟା ପରିଷଦ ପକ୍ଷରୁ ତଦାରଖ କରାଯାଇଥିଲା l ମହା ମଣ୍ଡଳେଶ୍ୱର ମହନ୍ତ ଶ୍ରୀ ଗୋବିନ୍ଦ ଦାସ ମହାରାଜ ହନୁମାନ ଚାଳିଶା ପାଠ କରିଥିଲେ।ସେହିପରି ଆଞ୍ଚଳିକ ହିନ୍ଦୁ ସଙ୍ଗଠନ ପକ୍ଷରୁ ପ୍ରସାଦ ଦାସଙ୍କ ନେତୃତ୍ୱ ରେ ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଛକଠାରୁ ବିରାଟ ମଟର ସାଇକେଲ ରାଲି ବାହାରିଥିଲା। ଶହ ଶହ ହିନ୍ଦୁ ସଙ୍ଗଠନ ସଦସ୍ୟଗଣ ବାଇକ ରେ ହନୁମାନ ପତାକା ଲଗାଇ ଜୟ ହନୁମାନ ନାରା ଦେଇ ନିରାକାରପୁର ଗଣେଶ ପଡିଆ ପର୍ଯନ୍ତ ଯାଇ ନୀଳକଣ୍ଠେଶ୍ଵର ଦେବ ଙ୍କ ପୀଠ ରେ ପ୍ରସାଦ ସେବନ କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇ ହନୁମାନ ଜୀ ଙ୍କ ପୂଜାପାଠ କରିଥିଲେ। ଆଜି ସାରା ନିରାକାରପୁର ଅଞ୍ଚଳ ହନୁମାନ ନାରା ସହ ଗେଉଆ ରଙ୍ଗ ପତାକା ରେ ବେଶ୍ ଶୋଭା ବର୍ଦ୍ଧନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।