logo

କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ଦାମନଯୋଡି ପକ୍ଷରୁ ନାଲକୋ ପଞ୍ଚପଟ୍ଟମାଳି ଖଣି ଶହୀଦ ଦିବସ ପାଳିତ

କୋରାପୁଟ/ ଦାମନଯୋଡି, ୧୩.୦୪.୨୦୨୫(ନଳିନୀ କାନ୍ତ ସେନାପତି): ନାଲକୋ ଦାମନଯୋଡିରେ କାର୍ଯ୍ୟରତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ପକ୍ଷରୁ ଦାମନଯୋଡି ପଞ୍ଚପଟ୍ଟମାଳି ଖଣି ଅଞ୍ଚଳରେ ୧୨ ଏପ୍ରିଲ ୨୦୦୯ ମସିହାରେ ହୋଇଥିବା ନକ୍ସଲ ମାନଙ୍କ ଆକ୍ରମଣରେ ଶହୀଦ ହୋଇଥିବା ୧୦ଜଣ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ନାଲକୋ ମାଇନସ ଠାରେ ଶନିବାର ଶହୀଦ ଦିବସ ପାଳିତ ହୋଇଯାଇଛି। ସିଆଇଏସଏଫ୍ ବରିଷ୍ଠ କମାଣ୍ଡେଣ୍ଟ ସତ୍ୟଦେଵ ଅର୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନାଲକୋ ସମୂହ ମହା ପ୍ରବନ୍ଧକ ଭିଏସଏସ ଆନନ୍ଦ, ଡେପୁଟି କମାଣ୍ଡେଣ୍ଟ ନରେନ୍ଦ୍ର ସିଂ, ଖଣି ଜିଜିଏମ ପୁରୁଷୋତ୍ତମ ମହନ୍ତ, ମହା ପ୍ରବନ୍ଧକ ଏସ କେ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।ଅତିଥିମାନେ ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ଶହୀଦ ମାନଙ୍କୁ ପୁଷ୍ପମାଲ୍ୟ ଓ ପୁଷ୍ପ ଗୁଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଯବାନ ମାନେ ଶହୀଦ ମାନଙ୍କୁ ତୋପ ସଲାମୀ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପ୍ରକାଶ ଥାଉକି ନାଲକୋ ଦାମନଯୋଡି ପଞ୍ଚପଟ୍ଟମାଳି ମାଇନ୍ସ ଅଞ୍ଚଳକୁ ଗତ ୧୨ ଏପ୍ରିଲ ୨୦୦୯ ରାତିରେ ନକ୍ସଲ ମାନେ ଅତର୍କିତ ଆକ୍ରମଣ କରିଥିଲେ। ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ ଅଦମ୍ୟ ସାହସର ସହିତ ଯବାନମାନେ ରାତିସାରା ନକ୍ସଲ ନାନଙ୍କ ସହିତ ଲଢେଇ କରିଥିଲେ। ସେଥିରେ ୧୦ଜଣ ଯବାନ ଶହୀଦ ହୋଇଥିଲେ ଓ ୪ଜଣ ନକ୍ସଲ ମଧ୍ୟ ନିହତ ହୋଇଥିଲେ। ଶହୀଦ ଯବାନ ମାନଙ୍କ ମଧ୍ୟରେ ଥିଲେ ସୁଭାଷ ଚନ୍ଦ୍ର ପ୍ରଧାନ ,ଅମରେନ୍ଦ୍ର ଶର୍ମା, ଭାଗିରଥ ସିଂ, ବରୁଣ ପ୍ରାମାଣିକ, ବିଧାନ ମାଝି, ସୋଲାଙ୍କି କୀର୍ତ୍ତନ କୁମାର, ପି ଆର୍ ଆପାନ୍ନା, ଲଲିତ କୁମାର, ବିପିନ କୁମାର ସିଂ, ସରବଜିତ୍ ସିଂ। ଅତିଥିମାନେ ଶହୀଦ ଯବାନ ମାନଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ଶହୀଦ ଯବାନ ମାନଙ୍କର ଦାୟିତ୍ୱବୋଧ, କର୍ତ୍ତବ୍ୟ ପରାୟଣ, ଦେଶ ଭକ୍ତି ଓ ଅଦମ୍ୟ ସାହସ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ନାଲକୋ ଅଧିକାରୀ, ସିଆଇଏସଏଫ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

160
5814 views