logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଛେଳି ଚୋରି ଅଭିଯୋଗରେ ୪ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବିଜେପୁର ପୋଲିସ

ଲାଞ୍ଜିଗଡ,(AIMA ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ସିନ୍ଧିଭଟା ଗାଁରୁ ଛେଳି ଚୋରି ଅଭିଯୋଗରେ ଗୁରୁବାର ୪ ଜଣ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ବିଜେପୁର ପୋଲିସ I କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଉପାନ୍ତ ଅଞ୍ଚଳରେ ଛେଳି,ମେଣ୍ଡା, ଗାଈ, ଓ ମଇଁଷି ଭଳି ଅନେକ ଗୃହପାଳିତ ପଶୁ ଦିନକୁ ଦିନ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଗୁରୁବାର ସକାଳ ୧୦ ଘଣ୍ଟା ସମୟରେ ୪ ଜଣ ଛେଳି ଚୋର ସମେତ ଗୋଟିଏ ବୋଲେରୋ (ଓଆର -୦୭-ୱାଇ - ୪୦୬୫) ଗାଡ଼ି ଅଟକ ରଖି ବିଜେପୁର ପୋଲିସ ଙ୍କୁ ହସ୍ତାନ୍ତର କରିଥିଲେ I ସୂଚନାନୁସାରେ ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଦମାଘାଟି ଗାଁର ମଣ୍ଟୁ ହରିଜନ ଓ ଭାସ୍କର ହରିଜନ ଙ୍କ ଦୁଇ ଗୋଟି ଛେଳି ଅଭିଯୁକ୍ତ ମାନେ ଚୋରି କରି ନେଉଥିବା ବେଳେ ସିନ୍ଧିଭଟା ଗାଁର ଆଦ୍ରIଇ ମାଝୀର ଗୋଟିଏ ଛେଳି ଓ ଅନ୍ୟ ଗୋଟିଏ ଛେଳିର ମାଲିକ ଚିହ୍ନଟ ହୋଇ ପାରିନାହିଁ ।ଏହି ୪ ଗୋଟି ଛେଳିକୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଫଟାପଡ଼ା ଗ୍ରାମର ବେଣୁଧର ଜାଲ (୩୭), ସିଙ୍ଗଝରଣ ଗ୍ରାମର ପ୍ରଦିପ ନାଏକ( ୪୨) ଓ ହରେକୃଷ୍ଣ ଦୁର୍ଗା (୪୦) ସମେତ ତିରଯୋଡି ଗ୍ରାମର କ୍ଷୀରସିନ୍ଧୁ ହରିଜନ( ୩୦) ଚାରିଜଣ ବୋଲେରୋରେ ଭର୍ତ୍ତି କରି ନେଉଥିବା ବେଳେ ସିନ୍ଧିଭଟା ଗ୍ରାମର ରବି ମାଝୀ ଗାଧୋଇବାକୁ ଯାଉଥିଲା।ଠିକ ଏହି ସମୟରେ ବିଜେପୁର ପଞ୍ଚାୟତ ମାଳତୀ ପଦର ନିକଟରେ ଥିବା କଲାଙ୍ଗ ଘାଟି ରାସ୍ତା ପାଖରେ ଗୋଟିଏ ବୋଲେରୋ ଠିଆ ହୋଇଥିବା ଦେଖି ଗାଁକୁ ଆସି ଲୋକଙ୍କୁ ଜଣାଇଥିଲେ l ଗ୍ରାମ ବାସୀଙ୍କୁ ଜଣାଇଲା ପରେ ବାଇକ ଯୋଗେ ପିଛାକାରୀ ଥିଲେ କିନ୍ତୁ ସେମାଙ୍କୁ ଅଟକାଇକାରେ ବିଫଳ ହୋଇ ମାଳତି ପଦର ଗାଁ ନିଜ ସମ୍ପକୀୟ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ଥିଲେ l ଯୋଗାଯୋଗ ପରେ ମାଳିତ ପଦର ଗାଁ ଲୋକ ବୋଲେରୋ ସହିତ ୪ଦୁର୍ବୁତ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l ସଫଳ ପରେ ବିଜେପୁର ଥାନାରେ ଜଣାଇଲା ପରେ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛେଳି ଓ ୪ରି ଦୁର୍ବୁତ୍ତଙ୍କୁ ଉଦ୍ଧାର କରି କୋଟ ଚାଲାଣ କରିଛି ବିଜେପୁର ପୋଲିସ l

177
5478 views

Comment