logo

ତେଲୁଗୁ ସମ୍ପ୍ରଦାୟ ର ଇଷ୍ଟ ଦେବୀ ମାଆ ରାଜମ୍ମା ଙ୍କ ଯାତ୍ରା ରେ ବହୁ ଭକ୍ତ ଙ୍କ ସମାଗମ।

ଆସିକା:୦୭/୦୪: ଗଂଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ଧୋବା ପଲ୍ଲୀ ଗ୍ରାମ ରେ ମାଆ ରାଜମ୍ମା ଙ୍କ ଯାତ୍ରା ର ଆଜି ଶେଷ ଦିବସ, ଏହି ଯାତ୍ରା ତିନି ଦିନ ଧରି ଚାଲିଥାଏ। ମାଆ ରାଜମ୍ମା ଦେବୀ ହେଉଛନ୍ତି ତେଲୁଗୁ ସମ୍ପ୍ରଦାୟ ର ଇଷ୍ଟ ଦେବୀ। ବହୁ ଦୂର ଦୁରାନ୍ତର ତେଲୁଗୁ ସମ୍ପ୍ରଦାୟ ଲୋକ ଆସି ମାଁ ଙ୍କ ଦରଶନ କରି ମାନସିକ ରଖି ଥିବା ଛୋଟ ଛୁଆ ମାନଙ୍କ ମୁଣ୍ଡନ କରାଇ ଥାଆନ୍ତି। କୁହା ଯାଏ ଏହି ଯାତ୍ରା ପ୍ରାୟ ଦୁଇ ଶହ ବର୍ଷ ଧରି ଚାଲି ଆସୁଛି। ମାଆ ରାଜମ୍ମା ଙ୍କ ସାତ ଭଉଣୀ ମଧ୍ୟରୁ ରାଜମ୍ମା ଜଣେ। ସେ ସୁ ଦୂର ଆନ୍ଧ୍ର ରୁ ଶଗଡ଼ ରେ ଆସି ଏହି ସ୍ଥାନ ରେ ବିରାଜ ମାନ କରି ଏହି ଠାରେ ଆଜି ପର୍ଯ୍ୟନ୍ତ ପୂଜା ପାଇ ଆସୁଛନ୍ତି, ମାଆ ଙ୍କ ପୂଜା ଅର୍ଚ୍ଚନା ପରେ ଆଖ ପାଖ ସାତ ଖଣ୍ଡ ଗାଁ କୁ ବିରାଟ ପଟୁଆର ରେ ଗାଁ କୁ ଗାଁ ଯାଇ ସେଠାରେ ମାଆ ଙ୍କ ପାଦଧୁଆ ସାରି ନିଜ ମନ୍ଦିର କୁ ଆସନ୍ତି, ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି।
ପରେ ମାନସିକ ରଖି ଥିବା ପିଲା ମାନଙ୍କ ମୁଣ୍ଡନ କରାଯାଇ ଥାଏ। ଏହା ଦୁଇ ବର୍ଷ ରେ ଥରେ ମାଆଙ୍କ ଯାତ୍ରା ହୋଇ ଥାଏ, ଏ ବର୍ଷ ପ୍ରାୟ ପଚାଶ ହଜାର ଭକ୍ତ ମାନେ ଆସି ମାଆ ଙ୍କୁ ଦର୍ଶନ କରି ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସ୍ଥାନୀୟ ଦୁଇ ସହ ସ୍ବେଛାସେବୀ ମାନେ ଏହି ଯାତ୍ରା ରେ ସହଯୋଗ କରି ଯାତ୍ରା କୁ ସୂରୁଖୁରୁ ରେ ସମାପନ କରିଥଲେ।
ଆସିକା ରୁ କବିରାଜ ପାତ୍ର,AIMA MEDIA

0
67 views