ଆଜିଠାରୁ ଆରମ୍ଭ ହୋଇଛି ବ୍ରହ୍ମପୁର ର
ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା।
ବ୍ରହ୍ମପୁର:୦୩/୦୪ ଆଜି ଠାରୁ ଆରମ୍ଭ ହୋଇ ଯାଇ ଅଛି ବ୍ରହ୍ମପୁର ର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା। ଏକ ମାସ ଧରି ଚାଲିବ ମାଆ ଙ୍କ ଯାତ୍ରା। ପ୍ରତି ଦୁଇ ବର୍ଷ କୁ ଥରେ ମାଆ ବାପା ଙ୍କ ଘରକୁ ବିରାଟ ପଟୁଆର ରେ ଆସି ଏକ ମାସ ଧରି ଏଠାରେ ରହନ୍ତି। ଭକ୍ତ ଙ୍କୁ ଦର୍ଶନ ପାଇଁ ଏକ ଅସ୍ଥାୟୀ ମଣ୍ଡପ ରେ ବିରାଜ ମାନ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇ ଥାନ୍ତି। ଏଥି ମଧ୍ୟରେ ଅସ୍ଥାୟୀ ମଣ୍ଡପ କୁ ସଜ୍ଜିତ କରାଯାଉଅଛି। ଆଜି ଭୋର୫ଟା ମାଆ ଙ୍କ ଚାଙ୍ଗୁଡ଼ା ପୂଜା ହେବ। ରାତି ୧୧ଟା ସମୟ ରେ ବିରାଟ ପଟୁଆର, ଘଣ୍ଟ, ତାଳ, କାହାଳୀ ବଜାଇ ମାଆ ଙ୍କୁ ଦେଶୀ ବେହେରା ସାହି ଥିବା ଅସ୍ଥାୟୀ ମଣ୍ଡପ କୁ ଅଣାଯାଇ ନିୟମାନୁସାରେ ପୂଜାବିଧି ସାରି ସାହି ବିଜେ କରାଯିବ। ଏଥି ପାଇଁ ଜିଲ୍ଲା ପ୍ରଶସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି, ମାଆ ଙ୍କ ଯାତ୍ରା ସରିବା ପର୍ଯ୍ୟନ୍ତ ଶାନ୍ତି, ଶୃଙ୍ଖଳା ବଜାୟୀ ରଖି ମାଆ ଙ୍କ ଯାତ୍ରା କୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି।AIMA MEDIA ମିଡ଼ିଆ: ଗଂଜାମ।