logo

ଚିତ୍ରକୋଣ୍ଡା ଏସଏସଡି ହାଇସ୍କୁଲ ର ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ।

ଚିତ୍ରକୋଣ୍ଡା -: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସ ଏସ ଡି ହାଇସ୍କୁଲ ର ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ବିଶ୍ବାଳ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲିମେଳା ଜଳ ବିଦ୍ୟୁତ ବିଭାଗର ଜି,ଏମ, ଇଂ. ଜ୍ୟୋତିର୍ମୟ ଦାସ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବେ ବାଲିମେଳା ଜଳ ବିଦ୍ୟୁତ ବିଭାଗର ଡିଜି ଇଂ. ଭିକାରୀ ଚରଣ ମଲ୍ଲିକ ଏବଂ ଚିତ୍ରକୋଣ୍ଡା ଡିଗ୍ରୀ କଲେଜ ଅଧ୍ୟକ୍ଷ ଡା. ଚିନ୍ମୟ ବେହେରା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ବିଶ୍ୱଶ୍ରୀ ବିଶ୍ୱପ୍ରକାଶ ଦାସ, ଚିତ୍ରକୋଣ୍ଡା ବନପାଳ ନିରଞ୍ଜନ ସାରକା, ଏଡିଡବ୍ଲୁଓ ସୁମନ୍ତ କୁମାର ମାଝୀ, ଏଡିଡବ୍ଲୁଓଗୁରୁବନ୍ଧୁ ପୂଜାରୀ, ବିଭିନ୍ନ ବିଦ୍ୟାଳୟର ପୁରାତନ ଓ ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ର ମହତ୍ତ୍ୱ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ପୂର୍ବକ ସମସ୍ତ ଅତିଥି ଉଦବୋଧନ ଦେଇଥିଲେ । ନିଜ ନିଜ ଅଭିଜ୍ଞତା ନେଇ ଛାତ୍ରୀ ମାନଙ୍କୁ ଭବିଷ୍ୟତ ର ଉଜ୍ଜ୍ୱଳ କାମନା କରି ସମସ୍ତ ଅତିଥି ଉଦବୋଧନ ଦେଇଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ଓ ବିଦ୍ୟାଳୟରେ ଥିବା ସମସ୍ୟା ଗୁଡ଼ିକ ବାବଦରେ ପ୍ରକାଶ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚସ୍ଥ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀ ଙ୍କ ପାଇଁ ଉତ୍ତମ ଭୋଜନ ବ୍ୟବସ୍ଥା କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱାଳ ଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଟି ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଏବଂ ସଫଳ ପୂର୍ବକ ସମାପନ ହୋଇଛି ।

0
1557 views