
ନବଦିନାତ୍ମକ ପାରାୟଣ ଓ ଶ୍ରୀରାମ ନବମୀ ଉତ୍ସବର ଶୁଭାରମ୍ଭ, ମାରୁତି ମଣ୍ଡପ, ସେକ୍ଟର ଏକ,ଦାମନଯୋଡି,କୋରାପୁଟ, ଓଡିଶା,ତା୨୮/୩/୨୫(ଶନିବାର)
ଦାମନଯୋଡ଼ିରେ ଶ୍ରୀରାମ ନବମୀ ପାଇଁ କଳସ ଯାତ୍ରା
ଦାମନଯୋଡ଼ି,୨୮/୦୩:ନାଲକୋ ଟାଉନସିପ ସେକ୍ଟର-୧ ସ୍ଥିତ ମାରୁତି ମଣ୍ଡପ ଠାରେ ଚଳିତ ମାସ ୨୮ତାରିଖ ଠାରୁ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ଶ୍ରୀରାମନବମୀ ଉତ୍ସବ ପାଳିତ ହେଉଛି।ବିଭିନ୍ନ ଦିବସରେ ସ୍ୱତନ୍ତ୍ର ପୂଜା ସହିତ ଶ୍ରୀରାମ ଚରିତ ମାନସ ପାଠ,ପାରାୟଣ,ପ୍ରବଚନ, ଗୀତା ଯଜ୍ଞ,ଶ୍ରୀରାମ ସୀତାଙ୍କ ବିବାହ ଉତ୍ସବ,ସୁନ୍ଦରାକାଣ୍ଡ,ହନୁମାନ ଯଜ୍ଞ,ଚଣ୍ଡୀ ଯଜ୍ଞ,ଶ୍ରୀରାମ ନବମୀ ଓ ଅଭିଷେକ ଉତ୍ସଵ ସହିତ ପୂର୍ଣ୍ଣାହୂତି ଓ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ।ଶୁକ୍ରବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।ବହୁ ଶ୍ରଦ୍ଧାଳୁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ନରେନ୍ଦ୍ର ପୁଷ୍କରିଣୀରୁ ପୂଜାର୍ଚ୍ଚନା ପରେ କଳସରେ ଜଳ ଧରି ଶୋଭାଯାତ୍ରାରେ ଆସି ମଣ୍ଡପରେ ସ୍ଥାପନ କରିଥିଲେ।ସେହିପରି ଶ୍ରୀ ଜଗନ୍ନାଥ ମନ୍ଦିରରୁ ଶ୍ରୀ ହନୁମାନ,ପ୍ରଭୁ ଶ୍ରୀରାମଚନ୍ଦ୍ର,ଲକ୍ଷ୍ମଣଲାଲ ଜୀ ଓ ମାତା ଜାନକୀଙ୍କ ବିଗ୍ରହକୁ ମଧ୍ୟ ଘଣ୍ଟଘଣ୍ଟା,ହରିବୋଲ,ହୁଳହୁଳି ମଧ୍ୟରେ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।ଆଜି ମଧ୍ୟ ଅଧିବାସ ସହିତ ମା'କଣ୍ଟାବାଉଁଶୁଣୀଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା।ପୂଜକ ପଣ୍ଡିତ ବଳରାମ ଦାଶ(ଭଦ୍ରକ) ଓ ପଣ୍ତିତ ଜଗନ୍ନାଥ୍ ପଣ୍ଡା(କେଉଁଝର) ପୂଜାକାର୍ଯ୍ୟ କରିଥିଲେ।ଚଳିତ ବର୍ଷ ମହେଶ କୁମାର ପାଢ଼ୀ ଓ ପତ୍ନୀ ସ୍ନିଗଧା ପାଢ଼ୀ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି।ନାଲକୋ ସମୂହ ମହାପ୍ରବନ୍ଧକ ସଂଜୟ କୁମାର ପଟ୍ଟନାୟକ,ଅଧିକାରୀ କୈଳାସ ସେନାପତି ଓ ଧୀରେନ୍ଦ୍ର କୁମାର ବେହେରା ପ୍ରମୁଖ ପ୍ରଥମ ଦିବସରେ ପୂଜାମଣ୍ଡପ ପରିଦର୍ଶନ କରିଛନ୍ତି।
ଶ୍ରୀରାମନବମୀ ପୂଜାକମିଟି ପକ୍ଷରୁ ସଭାପତି ତଥା ନାଲକୋ ସମୂହ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା,ସମ୍ପାଦକ ଅନାମ ଚରଣ ନାୟକ, କୋଷାଧ୍ୟକ୍ଷ ଶୁକଦେବ ପଟ୍ଟାୟତଙ୍କ ସହିତ କର୍ମକର୍ତ୍ତା ରଞୟ କୁମାର କାନୁନଗୋ,ରଞ୍ଜନ କୁମାର ବେହେରା,ସୁଜିତ କୁମାର ଜେନା,ମଧୁସୂଦନ ପଣ୍ଡା,ତ୍ରିଲୋଚନ ଚୌଧୁରୀ,ସଦାଶିବ ବେହେରା,ଡ.ଅଶୋକ କୁମାର ମହାନ୍ତି,ଉପେନ୍ଦ୍ର ପାଣିଗ୍ରାହୀ,ଲମ୍ବୋଦର ସ୍ୱାଇଁ,ରାଜୀବ ଜିରାଇ,ମିହିର କୁମାର ଜେନା,ଶାନ୍ତନୁ କୁମାର ସାମଲ,ସଦନ ଗୌଡ଼,ସିନ୍ଥିଲ କୁମାର,ସସ୍ତ୍ରୀକ ମିଟୁ ସାହୁ, ଧର୍ମପତ୍ନୀ ଓ ଅନୁଜ ଶୁକ୍ଳା ପ୍ରମୁଖ ପରିଚାଳନା କରିଥିଲେ।