logo

ଗୌରତୋଟା ସାହି, କେନ୍ଦୁଝର ଗଡ ସ୍ଥିତ ଗାୟତ୍ରୀ ମନ୍ଦିରରେ ଚୈତ୍ର ନବରାତ୍ର ଏବଂ ଶ୍ରୀରାମ ନବମୀ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଚୈତ୍ର ମାସରେ ନବରାତ୍ରୀ ପାଳନ ଏବଂ ଶ୍ରୀରାମ ନବମୀ ପାଳନ କରିବା ପାଇଁ କେନ୍ଦୁଝର ଗଡ ଗୌର ତୋଟା ସାହି ସ୍ଥିତ ଗାୟତ୍ରୀ ମନ୍ଦିରରେ ସାମୁହିକ ଭାବରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଶ୍ରୀରାମ ନବମୀ ଉପଲକ୍ଷେ ନବଦିନବ୍ୟାପୀ ଅଖଣ୍ଡ ଦ୍ବୀପ ପ୍ରଜ୍ବଳନ ସହିତ କଳସ ସ୍ଥାପନ ଏବଂ ବିଶେଷ ଜପ ସାଧନା ଓ ରାମନବମୀରେ ପୂର୍ଣ୍ଣାହୁତି ପର୍ବ ପାଳନ ହେବ। ଏବାବଦରେ ତା ୨୮/୦୩/୨୫ ରିଖ (ଶୁକ୍ରବାର ଦିନ) ସଂଧ୍ଯା ୬.୩୦ ସମୟରେ ଗାୟତ୍ରୀ ମନ୍ଦିରରେ ଆଲୋଚନା କରାଯାଇଛି। ଯେଉଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉକ୍ତ ପବିତ୍ର ଦିବ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଆଗ୍ରହୀ ଅଛନ୍ତି। ନବଦିନବ୍ୟାପୀ ହେଉଥିବା ଚୈତ୍ର ନବରାତ୍ର ପାଳନ କରିବା ପାଇଁ ଗାୟତ୍ରୀ ମନ୍ଦିରରେ ସାମିଲ୍ ହୋଇପାରିବେ।

ଗାୟତ୍ରୀ ମନ୍ଦିରର ଟ୍ରଷ୍ଟ ପରିଚାଳକ ତରଫରୁ ଆମ୍ଭଙ୍କୁ ସୂଚନା ଦେଇ ସର୍ବସାଧାରଣ ନାଗରିକ ମାନଙ୍କୁ ଉକ୍ତ ପରମ ପବିତ୍ର ଦିବ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।

ରିପୋର୍ଟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

57
2076 views