logo

ଠାକୁରଗଡ଼ କ୍ରିକେଟ ଟିମ ଆନୁକୂଲ୍ୟରେ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପନୀ l

ଅନୁଗୋଳ (କରୁଣାକର ନାୟକ ) 28/3 ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଠାକୁରଗଡ଼ କ୍ରିକେଟ ଟିମ ଆନୁକୂଲ୍ୟରେ ତା 23/3/25 ରିଖ ସାନ୍ଧ୍ୟ 7 ଘଂଟିକା ସମୟରେ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ହୋଇ ଗତ ତା 27/3/15 ରିଖରେ ଉଦଯାପିତ ହୋଇଯାଇଛି l ଉକ୍ତ ଉତ୍ସବ ରେ ଆଠମଲ୍ଲିକ ବାର ଆସୋସିଏସନ ର ସଭାପତି ଆଡ଼ଭୋକେଟ ସୁଶାନ୍ତ କୁମାର ମହାପାତ୍ର ମୁଖ୍ୟ ଅଥିତି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ବିଭୂ ସେନାପତି,ପୂର୍ବତନ ଖେଳ ଶିକ୍ଷକ ଦିବାକର ପ୍ରଧାନ , ସମାଜସେବୀ ଶତ୍ରୁଘନ ସାହୁ ,ଦିଲ୍ଲୀପ ଖୁଣ୍ଟିଆ, ଶୁଭକାନ୍ତ ପ୍ରଧାନ,ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ ଖେଳରେ 12 ଗୋଟି କ୍ରିକେଟ ଟିମି ଭାଗ ନେଇଥିବା ବେଳେ ସାନହୁଲା ଟିମ ଓ ଆନନ୍ଦପୁର ଟି ଫାଇନାଲ ଯାଇ ଥିଲା l ଫାଇନାଲ ମ୍ୟାଚ ରେ ଆନନ୍ଦପୁର ଟିମ ସାନହୁଲା ଟିମ କୁ ହରାଇ ଚମ୍ପିୟାନ ହୋଇ ମୁଖ୍ୟ ଅତିଥି ଙ୍କ ଠାରୁ ଅର୍ଥ ରାଶି ଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଦେବାଶିଷ ସାହୁ, ଅଜିତ ବିଶ୍ୱାଳ, ଚନ୍ଦନ ଦେଓ, ଜିତେନ୍ଦ୍ର ଦେହୁରୀ, ରାଜୀବ ସାହୁ, ସମେତ ଠାକୁରଗଡ଼ କ୍ରିକେଟ ଟିମ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ରେ ପରିଚାଳନା କରିଥିଲେ l ଆଖପାଖ ଅଞ୍ଚଳ ର ବହୁ ସଂଖ୍ୟାରେ କ୍ରିକେଟ ପ୍ରେମୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ l

321
7252 views