
କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ ରେ ବିଜେଡି ର ଭୂମିକା
ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ପ୍ରତିବାଦରେ ରଣହୁଙ୍କାର ଦେଇଛି କଂଗ୍ରେସ ଏତେ ଦରଦ କାହିଁକି ଏତେ ଦିନ ପରେ ଆସିଲା କଂଗ୍ରେସର ? ପୂର୍ବ ଘୋଷଣା ଅନୁସାରେ ହଜାର ହଜାର କଂଗ୍ରେସ କର୍ମୀ ପଦଯାତ୍ରାରେ ଆସି ଲୋୟର ପିଏମଜିରେ ଗର୍ଜନ କରିଛନ୍ତି । ବିଧାନସଭା ଘେରାଉ କରିବାକୁ ଯିବାବେଳେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଧସ୍ତାଧସ୍ତିରେ ଉଭୟ ପକ୍ଷର କିଛି ଲୋକ ଆହତ ହୋଇଛନ୍ତି । ପୋଲିସ ଉପରେ ହାତ ଉଠାଇବାକୁ କଂଗ୍ରେସ କର୍ମୀଙ୍କୁ କିଏ ନିର୍ଦ୍ଧେଶ ଦେଲା ??
ଆଜି କଂଗ୍ରେସ୍ ଦଳର ନାରୀଙ୍କ ପାଇଁ ଏତେ ଦରଦ ବୋହିଲା.. କିନ୍ତୁ ଯେତେବେଳେ ସେଇ କଂଗ୍ରେସର ଜାନକୀ ବାବୁଙ୍କ ସମୟରେ ଅଞ୍ଜନା ଗଣବଳାତ୍କାରର ଶିକାର ହୋଇ ନ୍ୟାୟ ପାଇଁ ଚିତ୍କାର କରୁଥିଲେ ସେତେବେଳେ କେତେଜଣ ତାଙ୍କୁ ନ୍ୟାୟ ଦେବାକୁ ରାଜରାସ୍ତାକୁ ଓହ୍ଲେଇ ଥିଲେ? ଭୁଲିଗଲେ କୁନ୍ଦୁଲି, ଇତିଶ୍ରୀ, ବେବିନା, ଛବିରାଣୀ, ପରୀ, ମମିତା ଭଳି ଆହୁରି ଏମିତି କେତେ ଜଣା ଅଜଣା ପୀଡ଼ିତାଙ୍କୁ? ଆଜି ନାରୀଙ୍କ ପାଇଁ କମିଟି ଗଠନ କରିବାକୁ ଏତେ ଆଗ୍ରହ ଦେଖାଉଛନ୍ତି ଯେ ସେଥିପାଇଁ ବିଶୃଙ୍ଖଳା, ବିରୋଧ, ପ୍ରତିବାଦ, ଧାରଣା ଓ ଏକ ରକମ ଦଙ୍ଗା ପରିସ୍ଥିତି ସୃଷ୍ଟି କଲେଣି... ଆଗରୁ ଯେଉଁ ପୀଡ଼ିତା ମୃତ୍ୟୁବରଣ, ଆତ୍ମହତ୍ୟା କରିଛନ୍ତି ସେମାନେ କଣ ନାରୀ ନଥିଲେ? ଆଜି ଯେଉଁ ପ୍ରତିବାଦର ସ୍ୱର ତେଜିଲା, ନାରୀ ସୁରକ୍ଷା ପାଇଁ ଯେଉଁ ଦାବି ଉଠିଲା ସେତିକି ଯଦି ସେତେବେଳେ ଉଠିଥାନ୍ତା ହୁଏତ ଏ ଦିନ ଦେଖିବାକୁ ପଡି ନଥାନ୍ତା। ୨୫ ବର୍ଷର ଶାସନ କାଳରେ ନାରୀ ସୁରକ୍ଷା ନିୟମ ଆସିବ କଣ ଓଲଟା ଜଣେ ପରେ ଜଣେ ନାରୀ ଶିକାର ପାଲଟିଲେ। ୨୫ ବର୍ଷର ନାରୀ ଅତ୍ୟାଚାର, ହତ୍ୟା ଅପଲକ ନୟନରେ କଂଗ୍ରେସ ଦେଖି ଆସୁଥିଲା। ଏକ ପ୍ରକାର ନୀରବ ସମର୍ଥନ ଜଣାଇଥିଲା। କାହିଁକି ନା ସେତେବେଳର ସରକାର ଜଣେ ଆଞ୍ଚଳିକ ଦଳର ସରକାର ଥିଲେ। ହୁଏତ ବିଜେଡି ସହ ଭବିଷ୍ୟତରେ ହାତ ମିଶେଇବା ପାଇଁ କଂଗ୍ରେସ ନୀରବ ରହି ସବୁକୁ ସମର୍ଥନ କରୁଥିଲା। ଏତିକି ଅନୁରୋଧ ଏ ରକ୍ତାକ୍ତ ବିରୋଧ, ପ୍ରତିବାଦ ବନ୍ଦ ହେଉ। ଆପଣଙ୍କ ଦଳର ମୁଖ୍ୟ ପୁରୋଧା ଓ ଆଦର୍ଶ ମୋହନ ଦାସ କରମ୍ ଚାନ୍ଦ ଗାନ୍ଧୀଙ୍କ ଠାରୁ କିଛି ଅହିଂସା ଶିଖନ୍ତୁ। ଟେକା ପଥର , ଚେୟାର ନ ଫୋପାଡ଼ି ଦାବି ପୂରଣ ନହେବା ଯାଏଁ ଅହିଂସା ମାର୍ଗରେ ପ୍ରତିବାଦ ଓ ବିରୋଧ ଜାରି ରଖନ୍ତୁ। ନାରୀଙ୍କୁ ମିଳିବ କି ନ୍ୟାୟ? ରାଜନୀତି ପଶାପାଲିରେ ନାରୀ ସୁରକ୍ଷା କେବଳ ଏକ ପ୍ରସଙ୍ଗ ହୋଇ ରହିଯିବ !!!