logo

କିରାଣୀ ସଂଘ ପକ୍ଷରୁ ବିଦାୟୀ କାଳୀନ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ।

ଅନୁଗୋଳ ( କରୁଣାକର ନାୟକ ) 27/3 ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ମା ହିଙ୍ଗୁଳାଇ ଉଚ୍ଚ ବିଦ୍ୟାଳୟ ଲୁହାମୁଣ୍ଡା ପରିସରରେ ନୂତନ ଅନୁଦାନ ପ୍ରାପ୍ତ କିରାଣୀ ସଂଘ ପକ୍ଷରୁ ବିଦାୟୀ କାଳୀନ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରଫୁଲ୍ଲ କୁମାର ସାହୁ କନିଷ୍ଠ କିରାଣୀ ହିମିତିରା ଉଚ୍ଚ ବିଦ୍ୟାଳୟ ଓ ଅବଧୂତ ଦେହୁରୀ, ଝରା ବେରେଣି ଉଚ୍ଚ ବିଦ୍ୟାଳୟ ଚଳିତ ମାର୍ଚ୍ଚ 2025 ଓ ଏପ୍ରିଲ 2025 ରେ ଅବସର ନେଉଥିବା ସମ୍ବର୍ଧନା କରାଯାଇଥିଲା । ଉକ୍ତ ସଭାରେ ରାଜ୍ୟ ନୂତନ ଅନୁଦାନ ପ୍ରାପ୍ତ କନିଷ୍ଠ କିରାଣୀ ସଂଘ କାର୍ଯ୍ୟ ନିର୍ବାହୀ ସଦସ୍ୟ, ପ୍ରଶାନ୍ତ କୁମାର ସାହୁ, ଓ ସୁଧାକର ପ୍ରଧାନ, ଯୋଗଦେଇ ଉପସ୍ଥିତ କିରାଣୀ ମାନଂକୁ ଉତ୍ସାହିତ କରିବା ସହ ବିଦାୟୀ ବନ୍ଧୁ ମାନଙ୍କୁ ସମ୍ବର୍ଧନା କରାଯାଇଥିଲା ।
ଆଠମଲ୍ଲିକ ସବଡିଭିଜନ ସ୍ତରୀୟ କନିଷ୍ଠ କିରାଣୀ ସଂଘ ର ସଭାପତି ଧୋବେଇ ପ୍ରଧାନ, ଓ ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ, ରାଜ୍ୟ ସଂଘ ଉପ ସଭାପତି ଶକୁନ୍ତଳା ସାହୁ,ପ୍ରାଣବନ୍ଧୁ ପ୍ରଧାନ, କାର୍ତିକେଶ୍ୱର୍ ସାହୁ,ପିତାମ୍ବର ବେହେରା, ପ୍ରଦୀପ ଚନ୍ଦ୍ର ରଥ, ବବୃ ବାହନ ରଥ, ମଞ୍ଜୁ ଲତା ପ୍ରଧାନ, ଆଦି କିରାଣୀ ମାନେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ବିଦ୍ୟାଳୟ ର ଖେଳ ଶିକ୍ଷକ ଅରୁଣ କୁମାର ସାହୁ ଶାନ୍ତି ଶୃଙ୍ଖଳା ସହିତ ସଭାକୁ ପରିଚାଳିତ କରିଥିଲେ ।

240
4599 views