
*କେନ୍ଦ୍ରୀୟ ଦଳ ସେମିଳିଗୁଡା ବ୍ଲକ ପରିଦର୍ଶନ*
ଗତ କିଛି ଦିନ ହେଲା କୋରାପୁଟ ଜିଲା ଗସ୍ତରେ ଆସି ୨ ଜଣିଆ କେନ୍ଦ୍ରୀୟ ଦଳ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗସ୍ତ କରି ପିଏମ ଆୱାର୍ଡ଼ ନିମନ୍ତେ ଆକଳନ କରୁଛନ୍ତି । ଦ୍ୱିତୀୟ ଦିନ ଉକ୍ତ ଦଳ ସେମିଳିଗୁଡା ବ୍ଲକ ଗସ୍ତ କରିଚନ୍ତି । ଏହି ଟିମରେ ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶକ ବାଲେନ୍ ନାୟକ, ନ୍ୟାୟ ଏବଂ ସଶକ୍ତିକରଣ ନିର୍ଦ୍ଦେଶକ ବିକାଶ ସିଂ ରହିଛନ୍ତି । ରାଜୁପୁଟ ପଞ୍ଚାୟତର ମିଲେଟ ପ୍ରୋସେସିଂ ୟୁନିଟ ରେ ଏହି କେନ୍ଦ୍ରୀୟ ଟିମ ପରିଦର୍ଶନ କରିଛନ୍ତି l ଏହି ସମୟରେ ସଂସ୍ଥାର କାର୍ଯ୍ୟ ସମ୍ପର୍କରେ ତଥ୍ୟ ଜାଣିବା ସହ ଉପସ୍ଥିତ ମହିଳା ମାନଙ୍କ ସହ ଆଲେଚନା କରିଥିଲେ । ସଂସ୍ଥାର କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ଉନ୍ନତି କାମନା କରିଥିଲେ । ପରେ ଏକ ବୃକ୍ଷ ରୋପଣ କାର୍ଯକ୍ରମ ରେ ଯୋଗ ଦେଇଥିଲେ । ବ୍ଲକ୍ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିଶନ ଇନ୍ଦ୍ରଧନୁଶ, ପିଏମଜେ ଏୱାଇ, ପି ଏମ ଏସଭିଏନିଧ୍ ପ୍ରମୁଖ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲୋ । କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ସେମିଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜସ୍ମିନ କୁମାର ପ୍ରଧାନ,ବ୍ଲକ ଅଧ୍ୟକ୍ଷା ଲିଲି ଅନ୍ତାବିରିଆ, ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନୀ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।