
ଚିତ୍ରକୋଣ୍ଡା ବନାଞ୍ଚଳ ତରଫରୁ ଏକ ଦୁଇଦିନିଆ ନେଚର କ୍ୟାମ୍ପ ଅନୁଷ୍ଠିତ ।
ଚିତ୍ରକୋଣ୍ଡା ଏସ ଏସ ଡି ହାଇସ୍କୁଲ ଓ ଉଚ୍ଚ ବିଦ୍ୟାଳୟ ଚିତ୍ରକୋଣ୍ଡା ର ୫୦ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଚିତ୍ରକୋଣ୍ଡା ବନାଞ୍ଚଳ ତରଫରୁ ଏକ ଦୁଇଦିନିଆ ନେଚର କ୍ୟାମ୍ପ ଇକୋ ପାର୍କ ଚିତ୍ରକୋଣ୍ଡା ଠାରେ ଆୟୋଜନ କରାଯାଇଥିଲା । ପ୍ରଥମ ଦିନ ଜଙ୍ଗଲ କ୍ଷୟ ଓ ତାହାର ପ୍ରତିକାର ଉପରେ ଆଲୋଚନା ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ସଚେତନ ବାର୍ତ୍ତା ଦିଆଯାଇଥିଲା l ଏଥିସହିତ ଚିତ୍ରକୋଣ୍ଡା ସେଣ୍ଟ୍ରାଲ ନର୍ସରୀ ଛାତ୍ରଛାତ୍ରୀ ପରିଦର୍ଶନ କରିଥିଲେ । ନର୍ସରୀ ରେ କିଭଳି ଓ କେଉଁ କେଉଁ ଚାରା ପ୍ରସ୍ତୁତ କରାଯାଉଅଛି ଓ ସେଗୁଡିକ ପ୍ରକୃତି ପାଇଁ କଣ ଆବଶ୍ୟକ ସେହିବିଷୟରେ ବନାଞ୍ଚଳ ଅଧିକାରୀ ବୁଝାଇଥିଲେ । ଦ୍ୱିତୀୟ ଦିନ ଛାତ୍ରଛାତ୍ରୀଙ୍କୁ ବନଗୁରୁ ଆରଏଫ କୁ ନେଇ ବିଭିନ୍ନ ଗଛ ଚିହ୍ନାଇବା ସହିତ ଗଛଗୁଡିକର ଆବଶ୍ୟକତା ବୁଝାଇବାସହିତ ଆରଏଫ ମଧ୍ୟରେ ବିଭାଗ ତରଫରୁ ହୋଇଥିବା ଏସଏମସି କାମ ଦେଖାଇବା ସହିତ ଜଙ୍ଗଲରେ ଏସଏମସି କାମ କରିବା ଉଦ୍ଦେଶ୍ୟ ଓ ଆବଶ୍ୟକତା ବୁଝାଇବା ସହିତ ଜଙ୍ଗଲ ନିଆଁ ଆୟତ୍ତ କେମିତି କରାଯାଉଅଛି ତାହା ପିଲାମାନଙ୍କୁ ଶିଖାଯାଇଥିଲା, ଏଥିସହିତ ଧନୁର୍ଜୟଗୁଡା ପାର୍କକୁ ନେଇଁ ସେଠାରେ ରୋପଣ କରାଯାଇଥିବା ଔଷଧୀୟ ବୃକ୍ଷ ଗୁଡିକୁ ଚିହ୍ନାଇବା ସହିତ ବ୍ୟବହାର ଉପରେ ବୁଝାଯାଇଥିଲା । ଶେଷରେ ଇକୋ ପାର୍କ ଚିତ୍ରକୋଣ୍ଡା ଠାରେ ଜଙ୍ଗଲ ଉପରେ ଆଧାରିତ ସାଧାରଣ ଜ୍ଞାନର ପରୀକ୍ଷା କରାଯାଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l