logo

ସି ଟି ଟି ସି ଓ ଓଡ଼ିଶା ରକ୍ତଦାତା ମହାସଂଘ ଆନୁକୁଲ୍ଯରେ ବଳିଦାନ ଦିବସରେ ରକ୍ତଦାନ ଶିବିର

ସି ଟି ଟି ସି ଓ ଓଡ଼ିଶା ରକ୍ତଦାତା ମହାସଂଘ ଆନୁକୁଲ୍ୟରେ ବଳିଦାନ ଦିବସରେ ରକ୍ତଦାନ ଶିବିର ଆୟୋଜିତ, ୧୩୬ ୟୁନିଟ ରକ୍ତ ସଂଗୃହିତ।


ଭୁବନେଶ୍ଵର;- ତା ୨୫.୦୩.୨୦୨୫ରିଖରେ ସେଣ୍ଟ୍ରାଲ ଟୁଲ ଟ୍ରେନିଙ୍ଗ ସେଣ୍ଟର୍ (ସି ଟି ଟି ସି), ପଟିଆ, ଭୁବନେଶ୍ୱର ଅଡିଟୋରିଅମରେ ଶହିଦ ଭଗତ ସିଂ, ରାଜଗୁରୁ ଓ ସୁଖରlମ ଙ୍କ ବଳିଦାନ ଦିବସ ଉପଲକ୍ଷେ ସି ଟି ଟି ସି ପରିସରରେ ଏଫ୍ ବି ଡି ଓ ଓ ନିଫା ସହାୟତାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସି. ଟି. ଟି. ସିର ମୁଖ୍ୟ ଅତିଥି ଭାବେ ଏସ୍ ରାଜଶେଖର, ମହାପ୍ରବନ୍ଧକ ଯୋଗ ଦେଇ ଉପ-ମହାପ୍ରବନ୍ଧକ ଡଃ କେ ଏମ. ରାଜନ, ସୁଶାନ୍ତ କୁମାର ରାଉତ, କିଶୋର ଚନ୍ଦ୍ର ନାୟକ ଓ ସୁରେନ୍ଦ୍ର ଆଲ୍ଲୁ ଆଦି ସମ୍ମାନିତ ଅତିଥିଙ୍କ ଉପସ୍ଥିତିରେ ରିବନ କାଟି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥଲେ। ଶଶାଙ୍କ ଶେଖର ସାହୁ, ବିଶ୍ୱଜିତ୍ ସାହୁ, ଓଡ଼ିଶା ରକ୍ତଦାତା ମହାସଂଘର ସଂପାଦକ ଅକ୍ଷୟ ରାଉତ,ତ୍ରିଲୋଚନ ଦାସ ଓ ମୀନକେତନ ସାହୁ ଏହି ଶିବିର ପରିଚାଳନା କରିଥିଲେ। କ୍ୟାପିଟାଲ ହସ୍ପିଟାଲସ୍ଥିତ ଓଡ଼ିଶା ବ୍ଲଡ ସେଣ୍ଟର ର ନିର୍ଦେଶକ ଡାଃ ଦେବାଶିଷ ମିଶ୍ର ଓ ଭୁବନେଶ୍ୱର ରେଡ କ୍ରସ ଭବନସ୍ଥିତ ରେଡ କ୍ରସ ବ୍ଲଡ଼ ସେଣ୍ଟର ଅଧିକାରୀ ଡ଼ାଃ ରଘୁନାଥ ବେଉରା , ଡଃ ରମେଶ ଚନ୍ଦ୍ର ବେହେରା ଓଡ଼ିଶା ଯୁବ ରେଡ କ୍ରସ ଅଧିକାରୀ ଓ ତାଙ୍କ ଟିମ୍ ଗୁଲସନ୍ କୁମାର ଦାସ ( କ୍ୟାପିଟାଲ ବ୍ଲଡ ସେଣ୍ଟର ୭୫ ୟୁନିଟ୍+ ରେଡ କ୍ରସ ୬୧ ୟୁନିଟ)ସର୍ବମୋଟ ୧୩୬ ୟୁନିଟ୍ ରକ୍ତ ଆପତକାଳୀନ ସ୍ଥିତିରେ ସଂଗ୍ରହ କରିଥିଲେ। ସି ଟି ଟି ସି ର ପ୍ରଶାସନିକ ମୁଖ୍ୟ ଏସ କେ ରାଉତ, ସ୍ଵର୍ଣ୍ଣଲତା ସାହୁ,ଶଶାଙ୍କ ଶେଖର ସାହୁ ଓ ବିଶ୍ବରଂଜନ ଶିବିର ପରିଚାଳନା କରିଥିଲେ। ଏଥିରେ ସି ଟି ଟି ସି ର ଛାତ୍ର ଛାତ୍ରୀଙ୍କ ସମେତ ସମସ୍ତ ଷ୍ଟାଫ ଏଥିରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ଶିବିର ନିମନ୍ତେ ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଯେସନ ଅଫ ଓଡ଼ିଶା ତରଫରୁ ଅକ୍ଷୟ କୁମାର ରାଉତ୍ ତ୍ରିଲୋଚନ ଦାସ, ସନ୍ତୋଷ କୁମାର ମହାନ୍ତି ଓ ମୀନକେତନ ସାହୁ କ୍ୟାମ୍ପରେ ସହଯୋଗ କରିବା ସହ ଆବଶ୍ୟକୀୟ ସହାୟତା ପ୍ରଦାନ କରଯାଇଥିଲା। ଖରାଦିନେ ରକ୍ତ ର ଅଭାବକୁ ଦୁର କରିବାନିମନ୍ତେ ଏହି କ୍ୟାମ୍ପରୁ ସଂଗୃହିତ ରକ୍ତ କିଛି ମାତ୍ରା ରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପ୍ରକାଶ କରିଥଲେ। ମାତ୍ର ୪୮ ଘଣ୍ଟା ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ଓ ରେଡ କ୍ରସ ବ୍ଲଡ ସେଣ୍ଟରରେ ରକ୍ତ ଅଭାବ ନିମନ୍ତେ ଯେଉଁ ଆବେଦନ କରଯାଇଥିଲା ସି ଟି ଟି ସି ତରଫରୁ ତାହା ପୁରଣ କରାଯାଇଥିବାରୁ ଓଡ଼ିଶା ରକ୍ତଦାତା ମହାସଂଘର କାର୍ଯକାରୀ ସଭାପତି ଡଃ ନରେଶ ଚନ୍ଦ୍ର ସାହୁ ସି ଟି ଟି ସି ର ଏହି ମହନୀୟ ଉଦ୍ୟମ ପାଇଁ ଅନ୍ତରରୁ କୃତଜ୍ଞତା ଜଣାଇଛନ୍ତି।

62
4410 views