logo

ମାନସିକ ଗୋଷ୍ଠୀସ୍ୱାସ୍ଥ୍ୟ ଓ ବିକାଶ ପ୍ରକଳ୍ପ ଉଦ୍ଘାଟନ l

ଅନୁଗୋଳ (କରୁଣାକର ନାୟକ )25/03 ବିଶ୍ଵ ଯୁବ କେନ୍ଦ୍ର ବଣିନାଳୀ ଙ୍କ ଦ୍ଵାରା ଗତ ଜାନୁୟାରୀ 2025 ରୁ ପରିଚାଳିତ ଗୋଷ୍ଠୀ ମାନସିକ ସ୍ୱାସ୍ଥ୍ୟ ଓ ବିକାଶ ପ୍ରକଳ୍ପ ଆଜି ଆନୁସ୍ଥାନିକ ଭାବେ ଆଜି ସ୍ଥାନୀୟ ଠାକୁରଗଡ ପଂଚାୟତ କାର୍ଜ୍ୟାଳୟଠାରେ ଉଦ୍ଘାଟିତ ହୋଇଯାଇଛି । ଆସନ୍ତା ତିନି ବର୍ଷରେ ମଧ୍ୟରେ 500 ମାନସିକ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟନେଇ ଆରମ୍ଭ ହୋଇଥିବା କାର୍ଯ୍ୟ କ୍ରମ ଠାକୁରଗଡ,ସାନହୁଲା ପେଡିପଥର, ପାଇକସ।ହି ସାପଘରା,ଟାପଢୋଲ, ମଇମୁରା, କନ୍ତପଡା, କୃତିବାସପୁର, ଅ।ମ୍ବସରମୁଣ୍ଡା ଓ କୁରୁମଟାପ ପଞ୍ଚାୟତର 125 ଗ୍ରାମରେ କାର୍ଯ୍ୟକାରୀ ହେଉଅଛି । ମାନସିକ ରୋଗୀଙ୍କୁ ଚିହ୍ନଟିକରଣ ଓ ସେମାନଙ୍କୁ ଉତ୍ତମ ପରାମର୍ଶ, ସ୍ଵାସ୍ଥ୍ୟ ସେବାର ସୁବିଧା, ସରକାରୀ ସହଯୋଗ ମିଳିବ। ପାଇଁ ଉକ୍ତ ପ୍ରକଳ୍ପ କାର୍ଯ୍ୟ କରିବ । 10 ଜଣ ସ୍ଥାନୀୟ ସ୍ଵଚ୍ଛାସେବୀ ଏହି ପ୍ରକଳ୍ପ ରେ କାର୍ଯ୍ୟ କରିବେ । ବିଶ୍ଵ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନ ଉସ୍ଛବ ରେ ସ୍ଥାନୀୟ ଠାକୁରଗଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ଵାସ୍ଥ୍ୟ ଅଧିକାରୀ ଡାଃ ଅମିୟ ମହାନନ୍ଦ, ଆଠମଲ୍ଲିକ ବ୍ଲକର ଗୋଷ୍ଠୀ ସାମାଜିକ ସୁରକ୍ଷ୍ୟା ଅଧିକାରୀ ନିକୁଞ୍ଜ ରଞ୍ଜନ ଦାଶ, ଭ।ରପ୍ରାପ୍ତ ଥାନା ଅଧିକାରୀ ଶଶିଭୂଷଣ ବେହେରା, ବରିଷ୍ଠ ସ୍ଵେଚ୍ଛାସେବୀ ବିରେନ ନାୟକ, କୃତିବାସପୁର ସରପଞ୍ଚ ଜୟନ୍ତ କୁମାର ସାହୁ, ବେସିକ ନିଡ୍ସ ଇଣ୍ଡିଆର ରାଜ୍ୟ ସଂଯୋଜକ ରାଜୀବ କୁମାର କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ବିଶ୍ଵ ଯୁବ କେନ୍ଦ୍ରର ନିର୍ଦେଶକ ମନୋଜ କୁମାର ମହାପାତ୍ର ପ୍ରକଳ୍ପ ଉଦେଶ୍ୟ, କାର୍ଯ୍ୟକାରୀତା ଓ ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ ଆଲୋକପାତ କରିଥିଲେ । 11ଟି ପଞ୍ଚାୟତରୁ ପ୍ରାୟ ଏକ ଶହ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ପଞ୍ଚାଯତ ପ୍ରତିନିଧି, ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ବିଶ୍ଵ ଯୁବ କେନ୍ଦ୍ରର ସଂଯୋଜିକା ପୂଜାସ୍ଵାଇଁ ସ୍ଵାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ବେସିକ ନିଡ୍ସ ଇଣ୍ଡିଆର ପ୍ରକଳ୍ପ ସଂଯୋଜିକା ମନସ୍ଵିନୀ ପାତ୍ର, ବିଶ୍ଵ ଯୁବ କେନ୍ଦ୍ରର କ୍ଷେତ୍ର ଅଧିକାରୀ ଯସ୍ମିତା ପ୍ରଧାନ ଓ ସ୍ଵେଚ୍ଛାସେବୀ ମାନେ ଏଥିରେ ସହଯୋଗ କରିଥିଲେ l

101
2951 views