
ଅନୁଗୋଳ ଜିଲ୍ଲା ସ୍ଥରୀୟ କୁମ୍ଭାର ସମାଜ ର ସାଧାରଣ ବୈଠକ ଅନୁଷ୍ଠିତ l
ଅନୁଗୋଳ ( କରୁଣାକର ନାୟକ )24/3 ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଧିନସ୍ଥ ବାରମଞ୍ଚା ଗ୍ରାମର ମା ଉମାଦେବୀ ପୀଠ ପ୍ରାଙ୍ଗଣରେ ଅନୁଗୋଳ ଜିଲ୍ଲା କୁମ୍ଭାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ନୂତନ କମିଟି ଗଠନ କରାଗଲା । ସମସ୍ତଙ୍କର ସହମତି କ୍ରମେ ସୁକାନ୍ତ କୁମାର ରଣାଙ୍କୁ ସଭାପତି ଭାବେ ଚୟନ କରାଗଲା । ଏହିପରି ନରୋତ୍ତମ ବେହେରାଙ୍କୁ ଉପସଭାପତି , ଯୁଧିଷ୍ଟିର ବେହେରା ଙ୍କୁ ସମ୍ପାଦକ , ରଞ୍ଜନ କୁମାର ରଣାଙ୍କୁ ସହ-ସମ୍ପାଦକ , ସନ୍ତୋଷ କୁମାର ବେହେରା ଙ୍କୁ କୋଷାଧ୍ୟକ୍ଷ , ସୁରେନ୍ଦ୍ର ବେହେରା ଙ୍କୁ ପାଲଲହଡ଼ା (କ) ମଣ୍ଡଳର ଉପଦେଷ୍ଟା, ମଦନ ବେହେରା ଙ୍କୁ ପାଲଲହଡ଼ା (ଖ) ମଣ୍ଡଳର ଉପଦେଷ୍ଟା, ହରିହର ବେହେରାଙ୍କୁ ପାଲଲହଡା (ଗ) ମଣ୍ଡଳର ଉପଦେଷ୍ଟା , ଚତୁରା ବେହେରାଙ୍କୁ ତାଳଚେର (କ) ମଣ୍ଡଳର ଉପଦେଷ୍ଟା, ଗୋକୁଳା ନନ୍ଦ ବେହେରାଙ୍କୁ ତାଳଚେର (ଖ) ମଣ୍ଡଳର ଉପଦେଷ୍ଟା , ସୁରେଶ ବେହେରାଙ୍କୁ ଉପରବଂଶ ଅନୁଗୋଳ ମଣ୍ଡଳର ଉପଦେଷ୍ଟା , ଆଶୁତୋଷ ରଣାଙ୍କୁ ଷୋଳପଦା ମଣ୍ଡଳର ଉପଦେଷ୍ଟା , ତରୁଣ କୁମାର ରଣାଙ୍କୁ ବାଇଶପାଲି ମଣ୍ଡଳର ଉପଦେଷ୍ଟା ଏଵଂ ନବୀନ କୁମାର ବେହେରାଙ୍କୁ ରୋହିଲା ମଣ୍ଡଳର ଉପଦେଷ୍ଟା ରୂପେ ଚୟନ କରାଗଲା ।ଏହି ବୈଠକରେ ଅନୁଗୋଳ ଜିଲ୍ଳାର ସମସ୍ତ ବ୍ଲକର ବହୁ ସଂଖ୍ୟାରେ ସଦସ୍ୟ ଯୋଗ ଦେଇଥିଲେ । ଆଗାମୀ ଦିନରେ ବାଇଶିପାଲି ପ୍ରଗଣାରେ ହେବାକୁ ଯାଉଥିବା ବାର୍ଷିକ ସମ୍ମିଳନୀର ପ୍ରସ୍ତୁତି କରଣ , କୁମ୍ଭାର ସମାଜର କୌଳିକ ବୃତ୍ତିକୁ ଆଗକୁ ବଢ଼ାଇବା ତଥା Awareness programme ମାଧ୍ୟମରେ ସଚେତନତା ଆଣିବା , ସମାଜର ସମସ୍ୟା ଗୁଡ଼ିକ ଦୂରୀକରଣ କରିବା ଏହିପରି ବହୁତ ବିଷୟ ଗୁଡିକୁ ନେଇ ଆଲୋଚନାକୁ ଆସିଥିଲା ଏବଂ ଏହାର ସମାଧାନ ମଧ୍ୟ ହୋଇଥିଲା । ଶେଷରେ ସଭାପତି ମହୋଦୟ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରି ପରିଶେଷରେ ସଭାକାର୍ଯ୍ୟ ସମ୍ପର୍ଣ୍ଣ କଲେ।