ଆଲୁମିନା ମଜଦୂର ସଂଘର ନିର୍ବାଚନ ଫଳାଫଳ, ମହେନ୍ଦ୍ର ସଭାପତି ଓ ଅର୍ଜୁନ ସାଧାରଣ ସମ୍ପାଦକ ନିର୍ବାଚିତ,ନାଲକୋ,ଦାମନଯୋଡି,କୋରାପୁଟ, ଓଡିଶା ।
ଆଲୁମିନା ମଜଦୂର ସଂଘର ନିର୍ବାଚନ ଫଳାଫଳମହେନ୍ଦ୍ର ସଭାପତି ଓ ଅର୍ଜୁନ ସାଧାରଣ ସମ୍ପାଦକଦାମନଯୋଡି,୨୩/୦୩(ଅଶୋକ)ସିଆଇଟିୟୁ ଅନୁବନ୍ଧିତ ଆଲୁମିନା ମଜଦୂର ସଂଘର ନିର୍ବାଚନରେ ମହେନ୍ଦ୍ର ଭତ୍ରା ସଭାପତି ଓ ଅର୍ଜୁନ ଚୌଧୁରୀ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି।ରବିବାର ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦାମନଯୋଡି ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ୪ଟାରେ ଭୋଟ ଗଣତି ହୋଇଥିଲା।ସଂଘର ସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ଏହି ନିର୍ବାଚନ ହୋଇଥିଲା।ଏଥିରେ ମହେନ୍ଦ୍ର ଭତ୍ରା,ସଚିନ ସାଗର ସୁନା,କୁନା ଖୋରା ଓ ଉଦୟ ବେନ୍ୟା ୪ଜଣ ପ୍ରତିଦ୍ବନ୍ଦୀ ସଭାପତି ପଦ ପାଇଁ ଏବଂ ଅର୍ଜୁନ ଚୌଧୁରୀ ଓ ସୁକାନ୍ତ ମିଶ୍ର ସାଧାରଣ ସମ୍ପାଦକ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲା ବେଳେ ମହେନ୍ଦ୍ର ଭତ୍ରା ନିକଟତମ ପ୍ରତିଦ୍ବନ୍ଦୀ ସଚିନ ସାଗର ସୁନାଙ୍କ ଠାରୁ ୧୧ଖଣ୍ଡ ଭୋଟ ବ୍ୟବଧାନରେ ସଭାପତି ପଦବୀରେ ବିଜୟୀ ହୋଇଛନ୍ତି।ସେହିପରି ୪୫ଖଣ୍ଡ ଅଧିକ ଭୋଟ ପାଇ ଅର୍ଜୁନ ଚୌଧୁରୀ ସାଧାରଣ ସମ୍ପାଦକ ଭାବେ ବାଜିମାତ କରିଥିବା ଜଣାପଡିଛି।ନିର୍ବାଚନ କମିଟି ଚେୟାରମେନ ଜୟସେନ ବେନ୍ୟା ଓ ଅଶୋକ କୁମାର ଖୋସ୍ଲା ଏବଂ ସିଆଇଟିୟୁ ରାଜ୍ୟ କମିଟି ପକ୍ଷରୁ କରୁଣାକର ସେଠୀ ଓ ଘେନୁ ଖିଲ ଏହି ନିର୍ବାଚନ ପରିଚାଳନା କରିଥିଲା ବେଳେ ସଂଘର ୫୮୬ଜଣ ସଦସ୍ୟ ମତଦାନ କରିଥିଲେ।ସୁରକ୍ଷା ଦୃଷ୍ଟିରୁ ଦାମନଯୋଡି ଥାନା ପୋଲିସ ମୁତୟନ ଥିଲେ।