
ସି . ଡବ୍ଲ୍ୟୁ. ସି ଗୋଦାମରେ ହୋ ହାଲ୍ଲା l ଆଠ ଦିନ ହେଲା ମିଲର ମାନଙ୍କ ଚାଉଳ ଅନଲୋଡିଂ କି ଡମ୍ପିଙ୍ଗ ହୋଇ ପାରୁନି ଯାହାକୁ ନେଇ ପାଟି ତୁଣ୍ଡ
ସି . ଡବ୍ଲ୍ୟୁ. ସି ଗୋଦାମରେ ହୋ ହାଲ୍ଲା l ଆଠ ଦିନ ହେଲା ମିଲର ମାନଙ୍କ ଚାଉଳ ଅନଲୋଡିଂ କି ଡମ୍ପିଙ୍ଗ ହୋଇ ପାରୁନି l ଯାହାକୁ ନେଇ ପାଟି ତୁଣ୍ଡ l
- ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କର୍ଣ୍ଣୋଳୀ ଠାରେ ଥିବା କେନ୍ଦ୍ରୀୟ ପଣ୍ୟାଗାର ନିଗମ ରେ ହୋ ହାଲ୍ଲା l ସିଭିଲ ସେଷ୍ଟ୍ ସପ୍ଲାଇସ୍ କୋପ୍ରେସନ ଲିମିଟ ପକ୍ଷରୁ ମିଲର ମାନଙ୍କୁ ଚାଉଳ ଦେବାକୁ ସି. ଏମ. ଆର ପ୍ରୋଗାମୀଙ୍ଗ ଦେଇଥିବା ବେଳେ ଆଠ ଦିନ ହେଲା ମିଲରଙ୍କ ଚାଉଳ ଗାଡ଼ି ସି ଡବ୍ଲ୍ୟୁ. ସି ଗୋଦାମ ଆଗରେ ଛିଡା ହୋଇଛି l ତେବେ ଆଠ ଦିନ ହେଲା ଗାଡିରୁ ଚାଉଳ ଅନଲୋଡ଼ିଂ କି ଡମ୍ପିଙ୍ଗ ହୋଇ ପରୁନଥିବା ଯୋଗୁଁ ମିଲର ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଯାହାକୁ ନେଇ ଆସୋନ୍ତୋଷ ପ୍ରକାଶ ପାଇଛି l ସି . ଡବ୍ଲ୍ୟୁ. ସି ଅଫିସର ମାନଙ୍କ ମନମାନି ଯୋଗୁଁ ଚାଉଳର କ୍ୱାଲିଟ ଚେକ୍ ହୋଇ ପାରୁନଥିବା ବେଳେ ଅନଲୋଡିଂ କି ଡମ୍ପିଙ୍ଗ ହୋଇପାରୁନି l ତେବେ ଆଠଦିନ ହେଲା ଚାଉଳ ଗାଡ଼ି ଗୋଦାମ ଆଗରେ ଠିଆ ହୋଇଥିବା ବେଳେ ଆଜି ବର୍ଷା ଚାଉଳ ଭିଜି ଥିଲା l ସମ୍ପୃକ୍ତ ଅଫିସର କ୍ୟାଲିଟି କଣ୍ଟ୍ରୋଲ ଚେକ ପାଇଁ ପଣ୍ୟଗାର ଭିତରେ ନ କରି ବାହାରେ କରିବାକୁ ନେଇ ମିଲର ଅସନ୍ତୋଷ ପ୍ରକାଶ କରିଥିଲେ। ବାହାରେ କ୍ୟାଲିଟି କଣ୍ଟ୍ରୋଲ କରିବା ଫଳରେ ସପ୍ତାହ ବ୍ୟାପି ଚାଉଳ ଗାଡି ଖରା ଓ ବର୍ଷା ଆଦିର ସମ୍ମୁଖୀନ ହୋଇ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ମିଲର।ଯାହାକୁ ନେଇ ଅସୋନ୍ତୋଷ ବଢୁଛି l