logo

ତାଳଚେର ନିର୍ବାଚନ ମଣ୍ଡଳୀ କଂଗ୍ରେସ ମହିଳା ତରଫରୁ ପର୍ଯ୍ୟବେକ୍ଷକ ହେଲେ ସୁଶ୍ରୀ ଶାନ୍ତିଲତା ବେହେରା

ତାଳଚେର ନିର୍ବାଚନ ମଣ୍ଡଳୀ କଂଗ୍ରେସ ମହିଳା ତରଫରୁ ପର୍ଯ୍ୟବେକ୍ଷକ ହେଲେ ସୁଶ୍ରୀ ଶାନ୍ତିଲତା ବେହେରା

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ :ଆସନ୍ତା ତା.୨୩.୦୩.୨୦୨୫ ରିଖ ଗୁରୁବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ, ବିଧାନସଭା ଘେରାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅନୁଗୋଳ ଜିଲ୍ଲା ତରଫରୁ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ତଥା ପ୍ରତ୍ୟେକ ବ୍ଳକ ଓ ମୁନିସିପାଲିଟି ଅଂଚଳରେ କାର୍ଯ୍ୟକ୍ରମ କୁ ସଫଳ କରାଇବା ନିମନ୍ତେ ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯାଇଛି ସେହିପରି ତାଳଚେର ନିର୍ବାଚନ ମଣ୍ଡଳୀର ସୁଶ୍ରୀ ଶାନ୍ତିଲତା ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି । ନିଯୁକ୍ତ ପର୍ଯ୍ୟବେକ୍ଷକ ମାନେ ନିଜ ନିଜ ଦାୟିତ୍ଵ ରେ ଥିବା ବ୍ଳକ ଓ ମୁନିସିପାଲିଟି ଅଂଚଳକୁ ଗ୍ରସ୍ତ କରି କଂଗ୍ରେସ କର୍ମୀ ମାନଙ୍କୁ ବିଧାନସଭା ଘେରାଓ ସମ୍ପର୍କରେ ଅବଗତ କରାଇବା ସହ ଅତି କମରେ 10 ଜଣ କଂଗ୍ରେସ କର୍ମୀଙ୍କ ନାମ ଓ ମୋବାଇଲ ନମ୍ବର ଜିଲ୍ଲା କଂଗ୍ରେସ ଅଫିସକୁ ଦେବା ସହିତ, ବିଧାନସଭା ଘେରାଓ କାର୍ଯ୍ୟକ୍ରମ କିପରି ସଫଳ ହେବ ସେ ବାବଦରେ ଯତ୍ନବାନ ହେବେ |

4
7044 views