
ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହ ସୁଯୋକ ଚିକିତ୍ସା ଶିବିର ଉଦଯାପିତ !
ବ୍ରହ୍ମପୁର-ସ୍ଥାନୀୟ ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ତରଫରୁ ମଂଚ ପରିସରରେ ବ୍ରହ୍ମପୁରର ପାଟରା ସାହିରେ ଥିବା "ବାସନ୍ତୀ ହେଲ୍ ଥ କେର୍ (ସୁଯୋକ ଆକ୍ୟୁପ୍ରେସର ଚିକିତ୍ସା ଓ ଶିକ୍ଷା କେନ୍ଦ୍ର)"ର ସହାୟତାରେ ସୁଯୋକ ଚିକିତ୍ସା ପଦ୍ଧତିର ଜନକ ପ୍ରଫେସର ପାର୍କ ଯୀ ୱୋ ଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ବ.ନା.ମ. ର ସଭାପତି ପ୍ରଫେସର ଭାସ୍କର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା ଏବଂ ସୁଯୋକ ଚିକିତ୍ସା ପଦ୍ଧତିରେ ଯନ୍ତ୍ରଣାମୁକ୍ତ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଫେସର ୱୋ ଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା । ବାସନ୍ତୀ ହେଲ୍ ଥ କେର୍ ର ମୁଖ୍ୟ ଚିକିତ୍ସକ ଡାଃ ଆର୍ ପି ସାହୁ ସୁଯୋକ ଚିକିତ୍ସା ପଦ୍ଧତି, ତାହାର ଆବଶ୍ଯକତା ଏବଂ ଉପକାରିତା ଉପରେ ସମ୍ୟକ୍ ଆଲୋକପାତ କରିବାପରେ ତାଙ୍କର ସହଯୋଗୀ ଚିକିତ୍ସକ ଶ୍ରୀ କାଳି ପ୍ରସାଦ ପଟ୍ଟନାୟକ, ଅନ୍ତର୍ଯ୍ଯାମୀ ସାହୁ ଏବଂ ଶ୍ରୀମତି ବିଷ୍ଣୁପ୍ରୀୟା ସାହୁଙ୍କ ସହଯୋଗରେ ଉପସ୍ଥିତ ବ୍ଯକ୍ତିଙ୍କ ମଧ୍ୟରୁ ପ୍ରାୟ ୫୦ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରିଥିଲେ । ମଂଚ ଉପଦେଷ୍ଟା ଶ୍ରୀ କେ. କ୍ରୀଷ୍ଣା ରାଓ, ସଂପାଦକ ଶ୍ରୀ ସୁରେଶ ଜେନା, ଯୁଗ୍ମ ସଂପାଦକ ଇଂ ବିନୋଦ ପାଣିଗ୍ରାହି, ବ୍ୟୟାମଗୁରୁ ଶ୍ରୀ ଶିବରାମ ପାଣିଗ୍ରାହି, ଯୋଗଗୁରୁ ଶ୍ରୀ ବିଭୂତି ଭୂଷଣ ବେହେରା, କୋଷାଧ୍ଯକ୍ଷ ଶ୍ରୀ ପି. କ. ପାତ୍ର , କୈଳାଶ ଚନ୍ଦ୍ର ବେହେରା, ହରିବନ୍ଧୁ ବେହେରା, କଂଗ୍ରେସ ସାହୁ , ଟି, ସୁବାସ ଚନ୍ଦ୍ର ପାତ୍ର ମଂଚ ପରିଚାଳନାରେ ସାହାଯ୍ୟ କରିଥିବା ବେଳେ ଶତାଧିକ ସଭ୍ୟ/ବ୍ୟକ୍ତି ଊପସ୍ଥିତ ରହି ଉକ୍ତ ଶିବିର କାର୍ଯ୍ଯକ୍ରମକୁ ସାଫଲ୍ୟମଣ୍ତିତ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ବ୍ଯକ୍ତିଙ୍କୁ ସାମାନ୍ଯ ଜଳଯୋଗରେ ଆପ୍ଯାୟିତ କରାଯାଇଥିଲା ।