logo

*ବଳିଦାନ ଦିବସ ଉପଲକ୍ଷେ ପତଞ୍ଜଳି ଯୋଗ ସମିତି ଓ ଓଡ଼ିଶା ରକ୍ତଦାତା ମହାସଂଘ ତରଫରୁ ରକ୍ତଦାନ ଶିବିର ଆୟୋଜିତ*

ଦାମନଯୋଡି, ୨୧/୩: ପତଞ୍ଜଳୀ ଯୋଗ ସମିତି ଦାମନଯୋଡି ତରଫରୁ ଶହିଦ ଭଗତ ସିଂ, ରାଜଗୁରୁ ଓ ସୁଖରlମ ଙ୍କ ବଳିଦାନ ଦିବସ ଉପଲକ୍ଷେ ନାଲକୋ କ୍ୟାମୁନିଟି ସେଣ୍ଟର ପରିସରରେ ଏଫ୍ ବି ଡି ଓ ଓ ନିଫା ସହାୟତାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ଯୋଗ ଗୁରୁ ଡଃ ନିରୋଡ଼ କୁମାର ପ୍ରଧାନ, ଡ଼ାଃ ସୌଭାଗ୍ୟ କୁମାର ରାୟ, ଅନାମ ଚରଣ ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥଲେ। ଯୋଗ ଶିକ୍ଷକ ବ୍ରହ୍ମାନନ୍ଦ ସାମଲ ଏହି ଶିବିର ପରିଚାଳନା କରିଥିଲେ । କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟସ୍ଥିତ ବ୍ଲଡ଼ ସେଣ୍ଟର ଅଧିକାରୀ ଓ ତାଙ୍କ ଟିମ୍ ଭି ଗଙ୍ଗାଧର ଓ ରବୀନ୍ଦ୍ର ୩୫ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଉକ୍ତ ଶିବିର କୁ ଯୋଗ ସମିତିର ଭାଇ ମନ୍ମଥ ପ୍ରାମାଣିକ, ଲକ୍ଷ୍ମଣ ପାତ୍ର, ଶଶାଙ୍କ ଆଚାର୍ଯ୍ୟ, ପ୍ରଭାକର ସ୍ୱାଇଁ ଓ ଭଉଣୀ ଅନିତା ଖରା, ସୁଷମା ବେହେରା, ସୁପ୍ରଭା ସାମଲ, ଗୌରୀ ଖିଲ, ଡୁମୁଣୀ ମୁର୍ମୁ, ଦେବକୀ ମାଳି, ପଙ୍କଜ ନଳିନୀ ନାୟକ, ଗୀତାଞ୍ଜଳି ଧଳ, ଜଳେଶ୍ୱର ପୂର୍ତ୍ତି, ଆଶାଲତା ସାମନ୍ତରାୟ, ସଂଯୁକ୍ତା ପାତ୍ର ସୁସ୍ମିତା ବାରିକ ପରିଚାଳନା କରିଥିଲେ। ସୂଚନା ଯୋଗ୍ୟ କି ଉକ୍ତ ଶିବିର ରେ ସୁଶାନ୍ତ କୁମାର ଦାସ ଓ ତାଙ୍କ ସହଧର୍ମିଣୀ ସରୋଜିନୀ ଦାସଙ୍କ ସମେତ ଝିଅ ଅଙ୍କିତା ଦାସ ତାଙ୍କ ୧୮ତମ ଜନ୍ମ ଦିନ ପାଳନ ଅବସରରେ ରକ୍ତଦାନ ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ।
ଏଥିରେ ପତଂଜଳି ସମିତିର ସମସ୍ତ ସଭ୍ୟ ଅଂଶ ଗ୍ରହଣ କରିଥିଲେ। ଉକ୍ତ ଶିବିର ନିମନ୍ତେ ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଯେସନ ଅଫ ଓଡ଼ିଶା ଓ ନିଫା ତରଫରୁ କ୍ୟାମ୍ପରେ ସହଯୋଗ କରିବା ସହ ଆବଶ୍ୟକୀୟ ସହାୟତା ପ୍ରଦାନ କରଯାଇଥିଲା। ସୂଚନା ଯୋଗ୍ୟ କି ନୀଫା ଦ୍ୱାରା ଭାରତର ୨୮ ଟି ରାଜ୍ୟରେ ୨୪୦୦ ଶିବିରରୁ ୨୧ତାରିଖରୁ ୨୩ ତାରିଖ ମଧ୍ୟରେ ପ୍ରାୟ ୧୫୦୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ବିରଳ ରେକର୍ଡ ସୃଷ୍ଟି କରିବା ନିମନ୍ତେ ଲକ୍ଷ ଧlର୍ଯ୍ୟ କରାଯାଇଅଛି ଓ ଓଡ଼ିଶା ଶାଖା ତରଫରୁ ୩୦ ଟି ଜିଲ୍ଲାରୁ ୨୦୦୦ ୟୁନିଟ୍ ସଂଗ୍ରହ କରିବାର ଲକ୍ଷ ରଖା ଯାଇଛି ବୋଲି ଆମକୁ ନିଫାଆ ପ୍ରତିନିଧି ପ୍ରକାଶ କରିଛନ୍ତି।

69
3103 views