ଏଟିଏମ ରୁ ଟଙ୍କା ଚୋରୀ ନେଇ ଜଗତସିଂହପୁର ଥାନାରେ ଏତଲା
ଜଗତସିଂହପୁର ୨୦/୩- ଜଗତସିଂହପୁର ଅଞ୍ଚଳରୁ ପୃଥକ ପୃଥକ ଭାବେ ଏଟିଏମ ରୁ ଟଙ୍କା ଚୋରୀ ନେଇ ଜଗତସିଂହପୁର ଅଭିଯୋଗ ହୋଇଥିବା ଥାନା ଅଧିକାରୀ ପ୍ରଭାସ ରଞ୍ଜନ ସାହୁ ସୂଚନା ଦେଇଛନ୍ତି l ସଦର ସ୍ଥିତ ବିଶିପିତଳ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ପୁଅ ସଞ୍ଜୟ କୁମାର ସାହୁ ଗୋପାଳସାଗର ରାତ୍ର ଶାଖା ଏଟିଏମ ଜରିଆରେ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ l ସିମାଞ୍ଚଳ ନାୟକ ନାମକ ବ୍ୟକ୍ତି ତାଙ୍କ ଏଟିଏମ କାର୍ଡକୁ ଚଞ୍ଚକତା କରି ନେଇଯାଇ ଥିଲେ l ପରଦିନ ସକାଳେ ସଞ୍ଜୟ ତାଙ୍କ ବ୍ୟାଙ୍କ ଖାତାରୁ ଏଟିଏମ ଜରିଆରେ ୭୧ ହଜାର ଟଙ୍କା ଚୋରୀହୋଇଥିବା ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଵା ସହିତ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଛନ୍ତି l ସେହିପରି ଭାବେ ଜୟବଡ଼ ଗ୍ରାମର ଅନିତା ରାୟ ତାଙ୍କ ଏଟିଏମରୁ ୪୦ ହଜାର ଟଙ୍କା କେହି ଅଜଣା ବ୍ୟକ୍ତି ଉଠାଇ ନେଇଥିବା ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅନିତା ରାୟ ଜଗତସିଂହପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଏଟିଏମ କୁ ଟଙ୍କା ଉଠାଣ ପାଇଁ ଯାଇଥିଲେ l ପୂର୍ବରୁ ଉପସ୍ଥିତ ଥିବା ଜନୈକ ବ୍ୟକ୍ତି ଚଞ୍ଚକତା କରି ତାଙ୍କ ଏଟିଏମ ରୁ ଟ୍ରାଇଲ ପାଇଁ ନେଇ ଅନ୍ୟ ଏକ ଏଟିଏମ ୬୫୨୨୯୪୦୧୮୫୯୨୯୬୦୪ ଯାହା ଚିତ୍ତରଞ୍ଜନ ବେହେରା ନାମରେ ଥିବା ଏଟିଏମକୁ ଧରାଇଦେଇଥିଲେ ଓ ପରେ ଅନିତା ଙ୍କ ଏଟିଏମ କାର୍ଡରୁ ୪୦ ହଜାର ଟଙ୍କା ଉଠାଇ ନେଇଥିଲେ l ଯାହାକୁ ନେଇ ଜଗତସିଂହପୁର ଥାନା ରେ ପୃଥକ ପୃଥକ ନାମରେ ଏଟିଏମ ରୁ ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଛି l