logo

ନାଲକୋ ପକ୍ଷରୁ କୋରାପୁଟ ବଡ଼ ମେଡ଼ିକାଲକୁ ୧୦କୋଟି ୧୦ଲକ୍ଷ ଟଙ୍କା ପ୍ରଦାନ

ଦାମନଯୋଡ଼ି,୧୯/୦୩: ରାଷ୍ଟ୍ରୀୟ ନବରତ୍ନ ଉଦ୍ୟୋଗ ନାଲକୋର ସିଏସଆର କାର୍ଯ୍ୟକ୍ରମରେ ଏବଂ ନିରନ୍ତର ବିକାଶ ପ୍ରତିବଦ୍ଧତାର ଅଂଶ ସ୍ୱରୂପ,କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ୧୦କୋଟି ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲଙ୍କ ସହ କମ୍ପାନୀର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ରଥ(ଭୁବନେଶ୍ଵର)କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କୁ ଏକ ଚେକ ଜରିଆରେ ଏହି ରାଶି ପ୍ରଦାନ କରିଛନ୍ତି।ଏହି ଅବସରରେ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଅଧୀକ୍ଷକ ତଥା ଡିନ୍ ଏବଂ ପ୍ରିନିିପାଲ ପ୍ରଫେସର (ଡ଼ାଃ) ସୁଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ।ନାଲକୋର ସିଏସଆର ଶାଖା 'ନାଲକୋ ଫାଉଣ୍ଡେସନ' ମାଧ୍ୟମରେ ପ୍ରଦାନ କରାଯାଇଥିବା ଏହି ଅର୍ଥରାଶି ବଡ଼ ମେଡ଼ିକାଲର ବିଭିନ୍ନ ବିଭାଗରେ ରୋଗୀ ସେବାକୁ ଉନ୍ନତ କରିବା ପାଇଁ ଅତ୍ୟାବଶ୍ୟକ ସୁବିଧା ତଥା ଉନ୍ନତ ଚିକିତ୍ସା ଉପକରଣ କ୍ରୟ ନିମନ୍ତେ ବେଶ ସହାୟକ ହେବ।ଉଲ୍ଲେଖଯୋଗ୍ୟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲ ଜିଲ୍ଲାର ଅଧିବାସୀଙ୍କୁ ବିଶେଷ କରି,ଆଦିବାସୀ ସମ୍ପ୍ରଦାୟକୁ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି।ନାଲକୋର ଆର୍ଥିକ ସହାୟତା ହସ୍ପିଟାଲର କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ସହ ସମଗ୍ର ଜିଲ୍ଲା ତଥା ନାଲକୋ ପାରିପାର୍ଶ୍ବିକ ଅଞ୍ଚଳର ଜନସାଧାରଣଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆବଶ୍ୟକୀୟ ସୁବିଧା ସୁଯୋଗ କ୍ଷେତ୍ରରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।
ବିଶେଷ ଉଲ୍ଲେଖନୀୟ ଯେ ନାଲକୋ କମ୍ପାନୀ ନିଜର ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ କୋରାପୁଟ ଅଞ୍ଚଳର ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସେବା ଯୋଗାଇ ଆସୁଛି।ଦାମନଯୋଡି ଅଞ୍ଚଳରେ ରହିଥିବା ନିଜର ଖଣି ଓ ପରିଶୋଧନ ପ୍ରକଳ୍ପର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ନିରନ୍ତର ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ୟୁନିଟ ମାଧ୍ୟମରେ ୧୬୩ରୁ ଉର୍ଦ୍ଧ୍ବ ଗ୍ରାମ ଏବଂ ସଂଲଗ୍ନ ଗ୍ରାମକୁ ମୌଳିକ ସ୍ବାସ୍ଥ୍ୟସେବା ପ୍ରଦାନ କରି ଆସୁଛି।ଏହା ବ୍ୟତିତ,ପଟ୍ଟାଙ୍ଗୀ ଅଞ୍ଚଳରେ ମଧ୍ୟ ୪୮ରୁ ଅଧିକ ଗ୍ରାମବାସିନ୍ଦାଙ୍କୁଏହି ସେବା ଯୋଗାଇ ଦିଆଯାଉଛି।

27
1130 views
1 comment  
  • Raj Kumar Sharma

    Radhey Radhey ji Kindly attention contact me to join alpha news india www.alphanewsindia.in WHATSAPP 24X7X365 9872886540 call me please after 11.00 am