logo

ବିଦ୍ୟାମନ୍ଦିରର ମୁଖ୍ୟ କିରାଣୀଙ୍କ ବିୟୋଗରେ ଶୋକସଭା

ଦାମନଯୋଡ଼ି,୧୯/୦୩:ନାଲକୋ ଟାଉନସିପ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରର ଅବସରପ୍ରାପ୍ତ ମୁଖ୍ୟ କିରାଣୀ(ହେଡ କ୍ଲର୍କ) ସ୍ବର୍ଗତ ପ୍ରଫୁଲ୍ଲ କୁମାର ମୁଦୁଲି ଙ୍କର ଗତ ୧୬ତାରିଖ ରବିବାର ଦିନ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।ସ୍ବର୍ଗତ ମୁଦୁଲି ୧୯୮୪ମସିହା(ଚିନ୍ମୟ ମିଶନ ଅଧୀନରେ) ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିଥିଲେ।ଜଣେ ଦକ୍ଷ ଓ କର୍ତ୍ତବ୍ୟ ପରାୟଣ କର୍ମଚାରୀ ଭାବରେ ସେ ଅନେକ ଗୁରୁ ଦାୟିତ୍ବ ତୁଲାଇ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ। ତାଙ୍କର ଆକସ୍ମିକ ବିୟୋଗ ଖବର ଶୁଣି ବିଦ୍ୟା ମନ୍ଦିରରେ ଶୋକ ପ୍ରକାଶ ପାଇଥିଲା।ସରସ୍ୱତୀ ବିଦ୍ୟା ମନ୍ଦିର ପରିଚାଳନା କମିଟି ସମ୍ପାଦକ ଡ଼ଃ ଚିତ୍ତରଞ୍ଜନ ମିଶ୍ର,ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ଜଗତିଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସ୍ବର୍ଗତ ମୁଦୁଲିଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଶୋକସଭାରେ ସ୍ବର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା ଓ ଶାନ୍ତି ପାଠ କରାଯାଇଥିଲା।ସମ୍ପାଦକ ଓ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସହିତ ବରିଷ୍ଠ ଶିକ୍ଷକ ଗୁରୁଦାସ ପ୍ରଧାନ ଓ ବରିଷ୍ଠ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାହୁ ସ୍ବର୍ଗତ ମୁଦୁଲିଙ୍କ ସ୍ମୃତି ଚାରଣ କରିଥିଲେ। ଡ଼ଃ ସ୍ଵାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିଲେ।

78
3214 views