
ଖମ୍ବେଶ୍ବରୀ ଙ୍କ ଚୈତ୍ର ମାସ ପ୍ରଥମ ପାଳି ପୂଜା ଅନୁଷ୍ଠିତ ହଜାର ହଜାର ଭକ୍ତଙ୍କ ସମାଗମ
ଖମ୍ବେଶ୍ବରୀ ଙ୍କ ଚୈତ୍ର ମାସ ପ୍ରଥମ ପାଳି ପୂଜା ଅନୁଷ୍ଠିତ ହଜାର ହଜାର ଭକ୍ତଙ୍କ ସମାଗମ
ଆସିକା - ୧୮/୦୩/ ଗଞାମ ଜିଲ୍ଲା ର ଅନ୍ୟତ୍ତମ ଶକ୍ତି ପୀଠ ତଥା ଆସିକା ଅଧିଷ୍ଠାତ୍ରୀ ଦେବୀ ମାଁ ଖମ୍ବେଶ୍ବରୀ ଠାକୁରାଣୀଙ୍କ ଚୈତ୍ର ପର୍ବର ପ୍ରଥମ ପାଳି ମଙ୍ଗଳବାର ରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି।ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଏହି ପୀଠକୁ ଆସି ନିଜ ପିଲାଙ୍କ ପ୍ରଥମ ଚୁଟିକୁ ମୁଣ୍ଡନ କରିବା ବିଧି ଓ ପରମ୍ପରା କେଉଁ ଆବାହମାନ କାଳରୁ ଏହି ପ୍ରଥା ଚଳି ଆସିଥିବାରୁ ଆଜି ସହଶ୍ରାଧିକ ପିଲାଙ୍କ ମୁଣ୍ଡନ ହୋଇଛି। ସକାଳୁ ମାଆ ଙ୍କ ଦୁଆରଫିଟା ନୀତି ପରେ ମଜଣା,ସକାଳ ଧୂପ,ମଇଲମ ବେଶ, ବାଳଭୋଗ ପରେ ମା ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଅପରାହ୍ନ ୧୨ଘଣ୍ଟ ସମୟରେ ଅନ୍ନ ଭୋଗ ପରେ ପହଡ଼ ପରେ ସନ୍ଧ୍ୟା ୪ଘଣ୍ଟ ରେ ଦୁଆର ଫିଟା ଯାଇଥିଲା ସନ୍ଧ୍ୟା ଆଳତୀ ପରେ ରାତି ଭୋଗ ପରେ ମାଆ ନଗର ପରିକ୍ରମା କରିଥିଲେ ଆଜି ମାଆ ଙ୍କ ଠାରେ ପଣା ଭୋଗ କରାଯାଇଥିଲା । ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ କୁ ଦୃଷ୍ଟି ରେ ରଖି ପ୍ରଶାସନ ଓ ମନ୍ଦିର କମିଟି ମଧ୍ୟରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ଇଷ୍ଟଦେବୀ ମା ଖମ୍ବେଶ୍ବରୀ ଙ୍କ ମହିମା ତଥା ଯଶ ଓ ଖ୍ୟାତି ଏବଂ ଅପାର କରୁଣା ରହି ଥିବାରୁ ଭକ୍ତମାନେ ପୀଠକୁ ଦୌଡ଼ି ଆସନ୍ତି ।ପିଲାଙ୍କ ପ୍ରଥମ ଚୁଟି ଏହି ପିଠରେ ପକାଇଲେ ରୋଗ ଏବଂ ବ୍ୟାଧି ଦୂର ହେବା ସାଙ୍ଗକୁ ଅଭିଷ୍ଟ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ଲୋକଙ୍କ ଅଗାଢ଼ ବିଶ୍ବାସ ରହିଛି । ତେଣୁ ଭକ୍ତମାନେ ଠାକୁରାଣୀଙ୍କ ପୀଠକୁ ଆସି ପିଲାଙ୍କୁ ମୁଣ୍ଡନ କରିବା ସହ ମାଙ୍କ ପ୍ରିୟ ପଞ୍ଚାମୃତ ଓ ଭୋଗରାଗ କରନ୍ତି ।