*ନୂତନ ସମୂହ ମହାପ୍ରବନ୍ଧକଙ୍କୁ ଗଣମାଧ୍ୟମ ସଂଘ ପକ୍ଷରୁ ସୌଜନୀ ମୂଳକ ସାକ୍ଷାତ*
ଦାମନଯୋଡି:ନବରତ୍ନ ଉଦ୍ୟୋଗ ନାଲକୋ ପ୍ରକଳ୍ପ, ଦାମନଯୋଡିର ନୂତନ ସମୂହ ମହାପ୍ରବନ୍ଧକ ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ ଙ୍କୁ ଗଣମାଧ୍ୟମ ସଂଘ 'ମିଡିଆ ହାଉସ୍, ଦାମନଯୋଡି' ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା । ଶ୍ରୀ ପଟ୍ଟନାୟକ ପରିବେଶ, ସମୁଦାୟ ଗୁଣବତ୍ତା ପରିଚାଳନା ସମେତ ଟାଉନସିପ ରକ୍ଷଣାବେକ୍ଷଣ ଦାୟିତ୍ବ ନିର୍ବାହ କରିବେ ଓ ସର୍ବାଙ୍ଗୀନ ବିକାଶ ନିମନ୍ତେ ଧ୍ୟାନ ଦେବେ ବୋଲି ପ୍ରକାଶ କହିଛନ୍ତି । ଜଣେ ଭଦ୍ର, କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ହିସାବରେ ଅଞ୍ଚଳରେ ବେଶ ପରିଚିତ । ସଂଘ ପକ୍ଷରୁ ଉପ ସଭାପତି ସୁଦର୍ଶନ ସେନାପତି, ସଂଗଠନ ସମ୍ପାଦକ ଚୈତନ୍ୟ ହନ୍ତାଳ, ଓ ସଭ୍ୟ ଅଶୋକ କୁମାର ମହାନ୍ତି ସାକ୍ଷାତ କରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ସମାଧାନ ପାଇଁ ଆଲୋଚନା କରିଥିଲେ । ଏଥି ସହିତ ନବନିର୍ମାଣ ଶ୍ରମିକ ସଂଘ ତରଫରୁ ସଭାପତି ସୁବାସ ଖରା ସମୂହ ମହାପ୍ରବନ୍ଧକଙ୍କୁ ସାକ୍ଷାତ କରି ସ୍ବାଗତ ସମ୍ବର୍ଦ୍ଧନା ପୂର୍ବକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ । ଶ୍ରମିକମାନଙ୍କର ଲାଗି ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଆଗାମୀ ଦିନମାନଙ୍କରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପ୍ରତି ଧ୍ୟାନ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।