ଋଷିକୂଲ୍ୟ ନଦୀରେ ବୁଡ଼ି ବୃଦ୍ଧ ଙ୍କ ମୃତ୍ୟୁ
ଆସିକା ଋଷିକୂଲ୍ୟ ନଦୀରେ ବୁଡ଼ି ବୃଦ୍ଧ ହରିହର ନାୟକଙ୍କ ମୃତ୍ୟୁ । ଆସିକା ବ୍ଲକ ଜ ଜୟପୁର ଗ୍ରାମର ୬୫ ବାର୍ଷିୟ ହରିହର ନାୟକ ରବିବାର ମଧ୍ୟାହ୍ନ ସମୟରେ ନଦୀକୁ ଗାଧେଇ ଯାଇଥିଲେ । କିନ୍ତୁ ଦୀର୍ଘସମୟ ପରେ ବି ଫେରିନଥିଲେ। ପରେ ପୁଅ ଅଶୋକ ନ ନାହାକ ବାପାଙ୍କୁ ଖୋଜିବା ପାଇଁ ଯାଇଥିଲେ। ଦେଖୁଲା ବେଳକୁ 2 ହରିହରଙ୍କ ମୃତଦେହ ନଦୀ ମଝିରେ ପଡିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ ପୁଅ ଅଶୋକ ନାୟକ। ପରେ ପରେ ସ୍ଥାନୀୟ କୋଟିନାଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭକରିବା ସହିତ ମର ଶରୀରକୁ ପୋଷ୍ଟମର୍ଟମ ନିମନ୍ତେ ଦମକଳ ବାହିନୀ ସାହାଯ୍ୟରେ ମେଡିକାଲକୁ ହସ୍ତାନ୍ତର କରିଥିବା ଦେଖୁବାକୁ ମିଳିଥିଲା । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଗ୍ରାମବାସୀ ଓ ସ୍ଥାନୀୟ ଜନସାଧାରଣ