logo

*ଦାମନଯୋଡିରେ ଦୁଇଦିନ ଧରି ହୋଲି ପାଳନ*


ଦାମନଯୋଡି: କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳରେ ଗତ ଦୁଇଦିନ ଧରି ଗଣପର୍ବ ହୋଲି ଉତ୍ସବ ପାଳନ କରାଯାଇଥିଲା । ସମସ୍ତ ମତଭେଦ, ପୂର୍ବ ଶତ୍ରୁତା ଆଦିକୁ ଭୁଲି ଭାଇଚାରା ସମ୍ପର୍କ ର ପ୍ରତୀକ ଗଣପର୍ବ ପର୍ବ ହୋଲି କୁ ଦାମନଯୋଡି ବାସୀ ଆନନ୍ଦ ଉଲ୍ଲାସ ଓ ଉତ୍ସାହର ସହ ପାଳନ କରିଥଲେ । ଦାମନଯୋଡି ଏକ ଶିଳ୍ପାଞ୍ଚଳ ହୋଇଥିବାରୁ ଏଠାରେ ବିଭିନ୍ନ ରାଜ୍ୟର ବହୁ ଭାଷାଭାଷୀ ଲୋକ ବାସ କରନ୍ତି । ଖଣି ଓ ବିଶୋଧନ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ୧୪ ତାରିଖ ଦୋଳ ପୂର୍ଣ୍ଣିମା ଦିନ ହୋଲି ଉତ୍ସବ ପାଳିଥିବା ବେଳେ ସ୍ଥାନୀୟ ଅଞ୍ଚଳ ଓ ଓଡ଼ିଶାବାସୀ ୧୫ ତାରିଖ ଦିନ ଏହି ଉତ୍ସବ ପାଳନ କରିଥଲେ । ଲୋକମାନେ ପରସ୍ପରକୁ ମିଠା ଖୁଆଇ ଅଭିବାଦନ ଜଣାଇଥିଲେ । ପୁରୁଷ, ମହିଳା, ଯୁବପିଢୀ, ଛୋଟ ପିଲା ମାନେ ନିଜ ନିଜ ବୟସ ବର୍ଗଙ୍କ ସହିତ ଖୁବ୍ ଧୁମ୍ ଧାମରେ ହୋଲି ଖେଳିଥିବା ଦେଖିବାକୁ ମିଳିଥିଲା । ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖାଯାଇ ନାହିଁ । କେତେକ ସ୍ଥାନରେ ବିଭିନ୍ନ ସାହି ଓ ବଜାର ଆଦିରୁ ସ୍ୱତନ୍ତ୍ର ପଟୁଆରରେ ଲୋକେ ବାହାରି ବାଜା, ନାଚ, ଗୀତ ସହ ହୋଲି ପାଳନ କରିଥିଲେ ।
ଦାମନଯୋଡି ରୁ ସୁଦର୍ଶନ ସେନାପତି ଙ୍କ ରିପୋର୍ଟ୍

4
1241 views