ଜାତୀୟ ମହିଳା ଦିବସରେ ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିଥିବା ମହିଳା ମାନଙ୍କୁ ପୁରସ୍କାର ପ୍ରଦାନ !
ପୁରୁଷୋତ୍ତମପୁର - ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଗୃହରେ ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ସ୍ୱଚ୍ଚ ପରିମଳ ସଂଯୋଜୋକ ସତୀଶ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ନଗର ପାଳ କୃଷ୍ଣ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦଣ୍ଡସେନା , କାଉନସିଲର ଭାସ୍କର ବେହେରା, କାଉନସିଲର କେ. ପ୍ରମୋଦ କୁମାର ଆଚାରି, ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ପିଙ୍ଗୁଆ ମଞ୍ଚରେ ଯୋଗଦେଇ ଜାତୀୟ ମହିଳା ଦିବସ ଉପରେ ଉଦବୋଧନ ଦେଇ ଉପସ୍ଥିତ ମହିଳାଙ୍କୁ ସମ୍ବୋଧନ କରି ଉତ୍ସାହିତ କରିଥିଲେ । ମହିଳା ମାନେ ସଶକ୍ତ ଓ ସ୍ବାବଲମ୍ବୀ ହେଲେ ବିକଶିତ ସହର ଗଠନ ହୋଇପାରିବ ତେଣୁ ରାଜ୍ୟ ସରକାର ଆଜିର ଦିନରେ ସୁଭଦ୍ରା ଯୋଜନା କରି ପୁଣି ଗଞ୍ଜାମ ଜିଲ୍ଲାକୁ ଗ୍ରସ୍ତ କରି ଦ୍ଵିତୀୟ କିସ୍ତି ଅର୍ଥ ଆପଣଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ପଠାଇ ମହିଳା ମାନଙ୍କୁ ଉତ୍ସାହିତ କରିଛନ୍ତି । ଏହି ଅବସରର ପୁରୁଷୋତ୍ତମପୁର ଏନ୍ଏସିରେ କାର୍ଯ୍ୟରତ ମହିଳା ମାନେ ନିଯୁକ୍ତି ହୋଇ ବିଭିନ୍ନ ଦିଗରେ କାର୍ଯ୍ୟ ଦକ୍ଷତା ଦେଖାଇ ଥିବାରୁ ଅତିଥି ମାନଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ,ଉତ୍ତରୀୟ ଓ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି । ଏଥିରେ ନିମନ୍ତ୍ରିତ ଅତିଥି ଭାବେ କାଉନସିଲର ପ୍ରତିନିଧି କାହୁଁ ତ୍ରିପାଠୀ , ରଞ୍ଜନ ବେହେରା, ଭାଗିରଥୀ ବେହେରା, ବିପ୍ର ବେହେରା ଯୋଗ ଦେଇ ମହିଳା ମାନଙ୍କୁ ଶଶକ୍ତ ହେବା ପାଇଁ ପ୍ରେରଣା ଦେଇଥିଲେ । ସ୍ଵଚ୍ଚ ପରିମଳ ବିଭାଗ ଆନୁକୁଲ୍ୟରେ ବଡ଼ ଖାନା କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ସମସ୍ତ ଝାଡ଼ୁଦାର କର୍ମଚାରୀ ମାନେ ଯୋଗ ଦେଇ ବଡ ଖାନାରେ ଭାଗ ନେଇ ଥିଲେ । ମୁଖ୍ୟ କିରାଣି ରାକେଶ କୁମାର ସ୍ବାଇଁ, କନିଷ୍ଟ ଯନ୍ତ୍ରୀ ପବିତ୍ରା ପ୍ରଧାନ, ଆକାଉଣ୍ଟେଣ୍ଟ ଦୀପ୍ତି ରଞ୍ଜନ ପୃଷ୍ଟି ସି ଓ ରଞ୍ଜିତା କୁମାରୀ ପଣ୍ଡା ଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।