logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗାଁ’କୁ ଫେରିଲା ପୁଣି ନାବାଳକ ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ (AIMA ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଥମିବାର ନା ନେଉନାହିଁ। ପ୍ରତି ମାସରେ କେଉଁଠି ନା କେଉଁଠି ଦାଦନ ଶ୍ରମିକଙ୍କ ମୃତଦେହ ଘରକୁ ଫେରୁଥିବା ବେଳେ ରବିବାର ରାତିରେ ପୁଣି ବିଜେପୁର ଥାନା ମାଳିଯୁବାଙ୍ଗ ପଞ୍ଚାୟତ କେନ୍ଦୁପେଟ ଗାଁର ଜଣେ ନାବାଳକ ଙ୍କ ମୃତଦେହ ଘରକୁ ଫେରିଛି l ଶ୍ରମିକଙ୍କ ମୃତ ଦେହ ଗାଁ’କୁ ଫେରିଥିବା ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ବିଜେପୁର ଥାନା ମାଳିଯୁବାଙ୍ଗ ପଞ୍ଚାୟତ କେନ୍ଦୁପେଟ ଗାଁ’ର ନାବାଳକ ରଘୁ ମାଝୀ (୧୭)କିଛି ମାସ ତଳେ ଆନ୍ଦ୍ରପ୍ରଦେଶର ବିଷାକପାଟଣା ଜିଲ୍ଲାର ଅଣକାପାଲି ଥାନା ଅନ୍ତର୍ଗତ ଜବାହାରଲାଲ ନେହେରୁ ଫାର୍ମାସିଷ୍ଟ ନାମକ ଏକ କାମ୍ପନୀକୁ ଗାଁ ପିଲାଙ୍କ ସହିତ ମିସି କାମ କରିବା ପାଇଁ ଯାଇଥିଲେ l କମ୍ପାନୀରେ କାମ କରୁଥିବା ସମୟରେ ରଘୁଙ୍କ ମୁଣ୍ଡ ବୁଲାଇବା ଶହ ବାନ୍ତି ହେବା ଯୋଗୁଁ ରାତି ୧୦ଘଣ୍ଟା ସମୟରେ ରହୁଥିବା ତାଙ୍କ ରୁମକୁ ଚାଲି ଆସିଥିଲେ l ସେଠାରେ ସେ ଗୁରୁତର ହୋଇଥିବା ବେଳେ ଖବର ପାଇ ରଘୁଙ୍କ ସୁପରଭାଇଜର ରାମକ୍ରିଷ୍ଣା ଓ ଗାଁ ପିଲାଙ୍କ ସହିତ ରଘୁଙ୍କୁ ସକାଳ ଭୋର ୪ଟାରେ ନିକଟରେ ଥିବା ଅଣକାପାଳି ସରକାରୀ ଏନ.ଟି.ଆର ଡାକ୍ତର ଖାନାକୁ ନେଇଥିଲେ l କିନ୍ତୁ ସେଠାରେ ଡାକ୍ତର ରଘୁଙ୍କ ମୃତ୍ୟୁ ଘୋଷଣା କରିଥିଲେ l ମୃତ୍ୟୁ ପରେ ପରିବାର ଲୋକଙ୍କୁ ଜଣାଇଲା ପରେ ପରିବାର ଲୋକେ ମରଶରୀର ଆଣିବା ପାଇଁ ପ୍ରଶାସନ ଓ ବିଜେପୁର ଥାନାରେ ଏକ ଲିକିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ଆଜି ଆମ୍ବୁଲାନ୍ସ ଯୋଗେ ରବିବାର ରାତିରେ ଦାଦନ ଶ୍ରମିକଙ୍କର ମୃତଶରୀର କେନ୍ଦୁପେଟ ଗାଁ’କୁ ପହଞ୍ଚି ଥିବା ବେଳେ ଶୋକାକୁଳ ପରିବେଶ ମଧ୍ୟରେ ରବିବାର ରାତିରେ ଗାଁ ମଶାଣିରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ଗାଁ’ କୁ ଶବ ପହଁଚିବା ପରେ କାନ୍ଦବୋବାଳିରେ ଫାଟି ପଡିଥିବା ବେଳେ ରଘୁ ଏକମାତ୍ର ରୋଜଗାରିଆ ପୁଅ ଚାଲିଗଲା ପରେ ଭାଙ୍ଗି ପଡିଛି ପରିବାର । ପ୍ରଶାସନ ପକ୍ଷରୁ ତୁରନ୍ତ ପରିବାରକୁ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ଦାବୀ ହେଉଛି ।

157
6691 views

Comment