logo

ମହାଶିବରାତ୍ରିକୁ ନେଇ ଲାଞ୍ଜିଗଡ଼ ଅଞ୍ଚଳ ଉତ୍ସର୍ବ ମୁଖର. • ଡଙ୍ଗାଯୋର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼.

ଲାଞ୍ଜିଗଡ଼,(AIMA):ଦେବାଦି ଦେବ ମହାଦେବଙ୍କ ମହା ଶିବରାତ୍ରୀ ପ୍ରତି ବର୍ଷ ଫାଲଗୁନ ମାସରେ ପାଳିତ ହୋଇଥାଏ।ହଜାର ହଜାର ଭକ୍ତ ମହାଦେବଙ୍କ ଆଶୀର୍ବାଦ ପାଇଁ ମନ୍ଦିର ଯାଇଥାନ୍ତି ଓ ପୂର୍ଣ୍ଣ ଦିନର ଉପବାସ ବ୍ୟତୀତ ଏହି ପବିତ୍ର ଦିନରେ ମହାଦେବଙ୍କ ଠାରେ କ୍ଷୀର ଏବଂ ବେଳ ପତ୍ର ଅର୍ପଣ କରିଥାନ୍ତି। ପ୍ରତ୍ୟୋକ ବର୍ଷ ଭଲି ଏହିବର୍ଷ ମଧ୍ୟ ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର ସ୍ଥିତ ଧବଳେଶ୍ୱର ପିଠ,ଲଙ୍ଗଳବେଡ଼ା ଶୈବପିଠ,କୁଟ୍ରୁ ପାଳିର ଗୁପ୍ତେଶ୍ୱର ପିଠ,ଭାଟଗୁଡ଼ା ନୀଳକଣ୍ଠେଶ୍ଵର ପିଠ ପ୍ରମୁଖ ମାନଙ୍କରେ ମହାଦେବଙ୍କ ଆଶିଷ ଲାଭ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।ଏହି ଜାଗର ଯାତ୍ରାକୁ ନେଇଁ ସମଗ୍ର ଲାଞ୍ଜିଗଡ଼ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ସେହିଭଲି ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଘାଟି ଅଞ୍ଚଳରେ ଥିବା ଡ଼ଙ୍ଗାଜୋର,ବନ୍ଧପାରି (ଚଞ୍ଚରାପଡ଼ା),ଖିଲାପଦର,କନ୍ଧବୋରି,ମଟକେରା,କୁଟିଙ୍ଗପଦର,ବିଜେପୁର,ମାଳିଯୁବାଙ୍ଗ ଆଦି ଗାଁରେ ଏହି ଜାଗର ଯାତ୍ରା ମାହାଆଡମ୍ବର ସହ ପାଳନ କରାଯାଇଥିବା ବେଳେ ବିଭିନ୍ନ ଶୈବ ପୀଠରେ ଅଷ୍ଟ ପ୍ରହର ନାମଯଜ୍ଞ ସହ ଅର୍ଣ୍ଣଛତ୍ରର ବ୍ୟବସ୍ଥା କରାଯାଇଛି।ଜାଗର ଯାତ୍ରା କି ଭଲି ଶୃଙ୍ଖଳାର ସହ ସମାପନ ହେବ ଏହାକୁ ନେଇଁ କମିଟି ସଦସ୍ୟ ମାନେ ବିଶେଷ ଦୃଷ୍ଟି ଦେଇଛନ୍ତି।ଲାଞ୍ଜିଗଡ଼ ବ୍ଲକର ବ୍ଲକ ମହକୁମା ବିଶ୍ୱନାଥ ପୁର ଧବଳେଶ୍ୱର ପିଠରେ ଗାଁ ଗନ୍ତିଆ ପ୍ରଦୀପ ଘଡେଇଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କମିଟି ସଦସ୍ୟ ମାନେ ଏହି ଜାଗର ଯାତ୍ରାକୁ ଆଡମ୍ବର ସହିତ ପାଳନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଜି ରାତ୍ରରେ ମହାଦେବଙ୍କ ମହାଦୀପ ଉଠିବାକୁ ସମୟ ନିର୍ଧାରଣ କରାଯାଇଥିବା ବେଳେ ଧବଳେଶ୍ୱର ପିଠକୁ ରୂପାନ୍ତିତକରଣ କରାଯାଇଛି।ଧବଳେଶ୍ୱର ମନ୍ଦିର ପରିସରରେ ଥିବା ଭୈରବ ଦେବ ପିଠ,ଚଣ୍ଡୀ ପିଠ,ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବା ଦେବୀଙ୍କ ପିଠ ଗୁଡିକୁ ଆଲୋକ ମାଳରେ ସୁସଜିତ କରାଯାଇଛି। ଆଜି ରାତ୍ରରେ ହଜାର ହଜାର ଭକ୍ତଙ୍କ ସାମଗମ ହେବାକୁ ଥିବା ଦୃଷ୍ଟି ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଜାଗର ଯାତ୍ରାକୁ ନେଇ ଧବଳେଶ୍ୱର ପିଠ ଚଳଚଞ୍ଚଳ ହୋଇ ପଡ଼ିଥିବା ବେଳେ ମନ୍ଦିର ସାଜସଜାରେ ନିମଗ୍ନ ଅଛନ୍ତି ପରିଚାଳନା କମିଟି। ସେହି ଭଲି ଘାଟି ଅଞ୍ଚଳରେ ଥିବା ଡ଼ଙ୍ଗାଯୋର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଡଙ୍ଗାଯୋର ବାମନଟିକ୍ରି ଶୈଳେଶ୍ୱର ଶୈବ ପିଠରେ ୬ଦିନ ବ୍ୟାପି ଅନୁଷ୍ଠିତ ହେବ ମହାଦେବଙ୍କ ଜାଗର ଯାତ୍ରା।ଏହି ଜାଗର ଯାତ୍ରାରେ ପ୍ରତ୍ୟୋକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାକୁ ଥିବାବେଲେ ଲୋକଙ୍କୁ ବିଶେଷ ଆକର୍ଷଣ କରୁଛି ମିନାବଜାର।ଏଥି ପାଇଁ ଶିବ ମନ୍ଦିର ପୂଜା କମିଟି ଜୋରସୋରରେ ପ୍ରସ୍ତୁତ ପାଇଁ ଲାଗି ପଡ଼ିଥିବାବେଲେ ଏଥିରେ ମଧ୍ୟ ଜନସମାଗମକୁ ଦୃଷ୍ଟିରେ ରଖି ଅଗ୍ନିସମ ବିଭାଗ ଓ ବିଶ୍ୱନାଥପୁର ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଏଥିରେ ଶ୍ରଦ୍ଧାଳୁ ତଥା ଜନସାଧାରଣଙ୍କ ପାଇଁ ମିନବଜାର ସମେତ ଛଅ ଦିନକୁ ଛଅ ପ୍ରକାର ଯଥା:- ଦୁଇ ଦିନ ନାଟକ,ତିନି ଦିନ ଧରି ଡାନ୍ସ ପ୍ରତିଯୋଗିତା ଓ ଅନ୍ତିମ ଦିନରେ ଷ୍ଟାର୍ ମେଲୋଡି଼ର କାର୍ଯ୍ୟକ୍ରମ ରହିଥିବାବେଲେ ଏହି ଜାଗର ଯାତ୍ରା ଦେଖିବା ପାଇଁ କଳାହାଣ୍ଡି ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାର ଶ୍ରଦ୍ଧାଲୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଲିଛି।

0
262 views