ସୁନ୍ଦରଗଡ କିଞ୍ଜିରକେଲା ଥାନା ତିଲଡେଗାରେ ମହୁ ମାଛି ଆକ୍ରମଣରେ ଦୁଇ ଗୁରୁତର, ଜଣେ ମୃତ ।
ଆଜି 26 ଫେବୃଆରି ବୁଧବାର ପୂର୍ବାହ୍ନ 11ଟା ପାଖାପାଖି ଘଟିଛି ଏହି ଦୁଃଖଦ ଘଟଣା । ଶିବ ମନ୍ଦିରକୁ ଯାଉଥିବା ରାସ୍ତାରେ ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ନିକଟ ଜଙ୍ଗଲରେ ଜଣେ କାଠ କଟାଳିକୁ ମହୁ ମାଛି ମାନେ ମାରଣାନ୍ତକ ଆକ୍ରମଣ କରିବା ସହ ଗାଁ ମୁହାଁ ହୋଇଥିଲେ । ପଲ ପଲ ମହୁ ମାଛି ଉଡ଼ି ବୁଲିବା ସହ ମହିଳା ଜଣଙ୍କ ଯେଉଁ ବାଇକରେ ସବାର ହୋଇ ମନ୍ଦିର ଅଭିମୁଖେ ଯାଉଥିଲେ ସେହି ବାଇକ ଚାଳକଙ୍କୁ ମହୁମାଛି ପଲ ଆକ୍ରମଣ କରିବାରୁ ବାଇକ ଚାଳକ ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଥିଲା । କିଛି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଡାକ୍ତରଖାନାରେ ମହିଳାଙ୍କୁ ମୃତ ଘୋଷଣା କରିଥଲେ ଡାକ୍ତର । ଅପରପକ୍ଷେ ବାଇକ ଚାଳକ ଓ କାଠୁରିଆଙ୍କ ଅବସ୍ଥା ସଙ୍ଗୀନ ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିବା କଥା କିଞ୍ଜିରକେଲା ଥାନା ଅଧିକାରୀ ଅଜୟ ଜେନା କହିଛନ୍ତି । ତେବେ ମୃତ ମହିଳା ଜଣଙ୍କ ହେଲେ ଦେବକୀ ରଣା ଓ ତାଙ୍କ ଘର ଗାଈଡେରା ।