logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଡେରଙ୍ଗ ଶୁଣ୍ଢି ସମାଜର ୪୮ ତମ ବାର୍ଷିକ ବୈଠକ ଅନୁଷ୍ଠିତ

ଡେରଙ୍ଗ ଶୁଣ୍ଢି ସମାଜର ୪୮ ତମ ବାର୍ଷିକ ବୈଠକ ଅନୁଷ୍ଠିତ

କଣିହାଁ ୨୦/୦୨ଅନୁଗୋଳ ଜିଲା କଣିହାଁ ବ୍ଲକ ବଡହୀରା ଗ୍ରାମର କଲ୍ୟାଣୀ ପୁର ଆମ୍ବ ତୋଟା ଠାରେ ଡେରଙ୍ଗ ପଞ୍ଚାୟତର ଶୁଣ୍ଢି ସମାଜର ୪୮ ତମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଡେରଙ୍ଗ ଶୁଣ୍ଢି ସମାଜର ସଭାପତି ମୂଳିଆ ସେନାପତିଙ୍କ ସଭାପତିତ୍ୱରେ ଏକ ବୈଠକ ହୋଇଥିଲା, ଏଥିରେ ପ୍ରଥମେ ସମାଜର , ପୂର୍ବରୁ ଯେଉଁ ବ୍ୟକ୍ତି ମାନେ, ଇହଧମ ତ୍ୟାଗ କରିଥିବା ବ୍ୟକ୍ତି ମାନଙ୍କ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ୧ ମିନିଟି ନିରବ ପ୍ରାଥନା କରାଯାଇ,ପରେ ସଭା ଆରମ୍ଭ ହୋଇ ଥିଲା, ପ୍ରଥମେ ସଭାପତି ଓ ସମ୍ପାଦକ ଓ କମିଟି ମେମ୍ବର ମାନଙ୍କୁ ଉତ୍ତରୀ ଦେଇ ସନମାନିତା କରିବା ସହିତ ସମାଜର ସମସ୍ତ ୧୮୨ ଜଣ ସଦସ୍ୟଙ୍କୁ ଉତ୍ତରୀ ଦେଇ ସନମାନିତ କରାଯାଇଥିଲା l ପରେ ସମ୍ପାଦକ ଯୁଗେଶ୍ୱର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ, ବାର୍ଷିକ ଆୟ ବ୍ୟୟର ହିସାବ ପ୍ରଦାନ କରି ଥିଲେ,l ଶୁଣ୍ଢି ସମାଜର ଭାଇ ଚାରା କୁ କିଭଳି ବଜାୟ ରଖିବା ସହିତ ସମାଜର ଶିକ୍ଷା, ନିଯୁକ୍ତି, ସ୍ୱାବଲମ୍ବୀହେବା, ସହିତ ସାମାଜିକ ଓ ଆର୍ଥିକ ପ୍ରଗତି ସହିତ ଅନ୍ୟକୁ ସାହାଯ୍ୟ ସହ ଯୋଗ କରିବାର ମନବୃତ୍ତି କୁ ସୁଦୃଢ଼ କରିବା ନିତି ନିୟମ ଉପରେ ଆଲୋଚନା ହୋଇଥିଲା, ସୁସ୍ଥ ସମାଜର ଗଠନ ମୂଳକ ଆଲୋଚନାରେ, ପରିମଳ, ବ୍ୟବସ୍ତା, ନିଶାଠାରୁ ଦୁରେଇ ରହିବା, ଅସହାୟ ପରିବାରକୁ ସାହାଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା , ସମାଜର ୧୮୨ ପରିବାର ସଦସ୍ୟ ବୈଠକ ରେ ସାମିଲ ନିଜର ସୁଚିନ୍ତିତ ମତା ମତ, ପ୍ରଦାନ କରିଥିଲେ l ପରେ ପୂର୍ବତନ କମିଟର ଧାର୍ଯ୍ୟ ସମୟ ସିମା ,ପୁରୀ ଯାଇଥିବାରୁ ସଭାପତି, ସମ୍ପାଦକ ଓ କମିଟି ମେମ୍ବରଙ୍କୁ ସମାଜ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହିତ, ନୂତନ କମିଟି ଗଠନ କରି, ସଭାପତି ଭାବେ ଇନ୍ଦ୍ର ମଣି ସାହୁ, ସମ୍ପାଦକ ଭାବେ ଦୁଃଶାସନ ସାହୁ, ଓ କମିଟି ମେମ୍ବର,ଦିଲେଶ୍ଵର ସାହୁ, ମୋହନ ଚନ୍ଦ୍ର ସାହୁ, ହରି ସାହୁ, ବିଦ୍ୟାଧର ସାହୁ, ଶଙ୍କରଷଣ ସାହୁ, ଭଜମନ ସାହୁ, ପ୍ରସାଦି ସାହୁ, ଗୁଲେଖ ସାହୁ ଅଥାନି ସାହୁ,ଏହି ନୂତନ କମିଟି ଚୟନ କରାଯାଇଥିଲା, ଏହି ବୈଠକରେ ନୂତନ କମିଟିର ,ପୂର୍ବତନ କମିଟି ଡେରଙ୍ଗ ଶୁଣ୍ଢି ସମାଜର ଆବଶ୍ୟକ ନଥି ପତ୍ର ହସ୍ତାନ୍ତର କରିଥିଲେ l ସମାଜ ପକ୍ଷରୁ ବୁଦ୍ଧଦେବ ସାହୁ, ମଦନ ସାହୁ, ଦୁଃଶାସନ ସାହୁ,ସୁନ୍ଦର ମଣି ସାହୁ,ବିଭୁତି ସାହୁ, ବିନୋଦ ସାହୁ, ହରମୋହନ ସାହୁ, ନୀଳମଣି ସାହୁ, ପରମା ନନ୍ଦ ସାହୁ, ପବିତ୍ର ମୋହନ ସାହୁ, କବି ସାହୁ, ଧୂର୍ଵଚରଣ ସାହୁ, ମୂଳିଆ ସାହୁ, କୁମୁଦ ସାହୁ, ସୁରେଶ ସାହୁ, ନିରୋଜ ସାହୁ, ନିରାକାର ସାହୁ ବେଣୁଧର ସାହୁ, ରବିନାରାୟଣ ସାହୁ,ସନାତନ ସାହୁ, ଅନିଲ ସାହୁ,ମୁରଲୀ ଧର ସାହୁ, ଅଶୋକ ସାହୁ,ବିଜୟ ସାହୁ,ନରୋତ୍ତମ ସାହୁ, ନରେଶ ସାହୁ,ଙ୍କ ସହିତ ସମାଜର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

0
4475 views

Comment