logo

ରେଖା ଗୁପ୍ତା ହେବେ ଦିଲ୍ଲୀ ର ନୂଆ ମୂଖ୍ୟ ମନ୍ତ୍ରୀ।

ଦିଲ୍ଲୀ ର ନୂଆ ମୂଖ୍ୟ ମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା। ବିଜେପି ବିଧାୟକ ଦଳ ବୈଠକ ରେ ତାଙ୍କ ନାଁ ରେ ବାଜିଛି ମୋହର। ଦିଲ୍ଲୀ ରାମଲୀଳା ପଡ଼ିଆରେ ମୁଖ୍ୟା ମନ୍ତ୍ରୀ ଭାବେ ଶପଥ ନେବେ।
ଦିଲ୍ଲୀ ର ସଲିମାର ବାଗ ବିଧାନ ସଭା ଆସନରୁ ବିଧାୟକା ଭାବେ ଜିତିଛନ୍ତି ରେଖା ଗୁପ୍ତା, ଏବଂ ପ୍ରଥମ ଥର ପାଇଁ ସେ ଜିତିଛନ୍ତି। ତାଙ୍କ ଜନ୍ମ ୧୯୭୪ଜୁଲାଇ ୧୯ତାରିଖ ହରିୟଣା ରାଜ୍ୟ ର ଯୁଲାନ ଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ରେ ବାଣିଜ୍ୟ ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏବଂ ମ୍ୟାନେଜମେଣ୍ଟ ଆଣ୍ଡ ଆର୍ଟ ରେ ମାଷ୍ଟର ଡିଗ୍ରୀ ମଧ୍ୟ କରିଛନ୍ତି।
୧୯୯୩ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ।୧୯୯୬-୯୭ରେ ଦିଲ୍ଲୀ ବିଶ୍ୱବଦ୍ୟାଳୟରୁ ଛାତ୍ର ସାଂସଦ ର ଅଧ୍ୟକ୍ଷ ମଧ୍ୟ ବନିଥିଲେ। ୨୦୦୭ଓ ୨୦୧୨ରେ ଉତ୍ତର ପ୍ରତିମପୁରା ରୁ କର୍ପୋରେଟର ଭାବେ ଜିତିଥିଲେ। ଏହା ପରେ ସେ ୨୦୨୨ରେ ଦିଲ୍ଲୀ ମୁନସୀପାଲଟି କର୍ପରେସନ (MCD) ରୁ ବିଜେପି ର ମେୟର ହୋଇ ଥିଲେ।
ଦୀର୍ଘ ୨୭ବର୍ଷ ପରେ କ୍ଷମତା କୁ ଫେରିଥିବା ବିଜେପି କାହାକୁ ମୂଖ୍ୟ ମନ୍ତ୍ରୀ କରିବା କୁ ନେଇ ବହୁ କଳ୍ପନା ଜଳ୍ପନା ଜାରୀ ରହି ଥିଲା ଶେଷ ରେ ଶେଷ ରେ ବିଜେପି ଦଳ ବିଧାୟକ ଦଳ ବୈଠକ ରେ ରେଖା ଗୁପ୍ତା ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ଗ୍ରହଣ କରାଯାଇ ଥିବା ବିଶ୍ଵସ୍ତ ସୂତ୍ର ରୁ ପ୍ରକାଶ।

0
0 views