logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁଡିଆ ପ୍ରିମିୟମ ଲିଗ୍ ଉଜ୍ଜାପିତ

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ କୁଡିଆ ଠାରେ କୁଡିଆ ପ୍ରିମିୟମ ଲିଗ୍ ଉଜ୍ଜାପିତ ହୋଇଯାଇଛି। ଏହି ଲିଗ୍ ରେ ୫ଟି ଦଳ ଯଥା ମଶାଣି ୧୧ ମହାପାତ୍ର ଫାଇଟର, ଜଗନ୍ନାଥ ଫାଇଟର୍, ଆର ସି ବି, ବାଜିଗର କିଙ୍ଗ ଅଂଶ ଗ୍ରହଣ କରିଥିଲେ। ଏହି କ୍ରିକେଟ ଖେଳ ଆଇ ପି ଏଲ ଧରଣର ଖେଳା ଯାଇଥିଲା। ଲିଗ୍ ମ୍ୟାଚ୍ ରେ ୮ ଓଭର୍ ଓ ଫାଇନାଲ ମ୍ୟାଚରେ ୧୦ ଓଭର କରି ଖେଳ ହେଇଥିଲା। ୫ ଟି ଦଳ ମଧ୍ୟରେ ମହାପାତ୍ର ଫାଇଟର ଓ ଆର ସି ବି ଫାଇନାଲ ମ୍ୟାଚରେ ପହଞ୍ଚିଥିଲା। ମହାପାତ୍ର ଫାଇଟର ୧୧୭ ରନ କରି ୯ ଟି ୱିକେଟ ହରାଇ ଥିବାବେଳେ ଆର ସି ବି ୫୭ ରନ କରି ୮ ୱିକେଟ ହରାଇ ଥିଲା। ଏହି ଫାଇନାଲ ମ୍ୟାଚରେ ମହାପାତ୍ର ଫାଇଟର ବିଜୟ ହୋଇଥିବା ବେଳେ ଆର ସି ବି ଦଳ ପରାସ୍ତ ହୋଇଥିଲା। ମୁଖ୍ୟ ଅତିଥି ୱାଲ୍ଡ ମୋବାଇଲ ପଏଣ୍ଟ ର ମାଲିକ ସେକ କବିର ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଖେଳକୁ ହିତେଶ ଜେନା ଓ ହରିଆ ଜେନା ପରିଚାଳନା କରିଥିଲେ। ଆୟୋଜକ ପପୁ ସାହୁ ଓ ସମସ୍ତ ଖେଳାଳି ସହଯୋଗ କରିଥିଲେ।

ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ

140
3163 views

Comment