logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜାତୀୟ ସେବା ଯୋଜନାରେ ଶୀତକାଳୀନ ଶିବିର

ବସ୍ତା:- (ସେଖ ଆଜାରୁଦ୍ଦିନ)
ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଦ୍ଵାରା ଜାତୀୟ ସେବା ଯୋଜନାରେ ଶୀତକାଳୀନ ସ୍ଵତନ୍ତ୍ର କାର୍ଯ୍ୟ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ରିତା ନାୟକ ଜାତୀୟ ସେବା ଯୋଜନାର ପତାକାକୁ ଉତ୍ତୋଳନ କରି ଶିବିର କୁ ଉଦଘାଟିତ କରିଥିଲେ। ଏହି ଶିବିର ଟି ତା ୦୭/୦୨/୨୦୨୫ ରିଖ ରୁ ଆରମ୍ଭ ହୋଇ ତା ୧୩/୦୨/୨୦୨୫ ରିଖ ରେ ଶେଷ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରୋଗ୍ରାମିଙ୍ଗ ଅଫିସର ଗୌରାଙ୍ଗ ପଣ୍ଡା ଯୋଗ ଦେଇଥିଲେ। ପ୍ରୋଗ୍ରାମିଙ୍ଗ ଅଫିସର ରାମଚନ୍ଦ୍ର ହେମ୍ବ୍ରମ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପରିଚୟ ପ୍ରଦାନ କରିଥିଲେ। ଜାତୀୟ ସେବା ଯୋଜନାର ସମସ୍ତ ସ୍ୱେଚ୍ଛାସେବୀ ସାହାଯ୍ୟ ସହଯୋଗ କରିଥିଲେ। ଶେଷରେ ପ୍ରୋଗ୍ରାମିଙ୍ଗ ଅଫିସର ସନ୍ତୋସିନି ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନଙ୍କ ରିପୋର୍ଟ

144
1162 views

Comment