logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଣିହାଁ ଅଂଚଳର ବିଭିନ୍ନ ସମସ୍ୟା ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘର ଦାବୀପତ୍ର

କଣିହାଁ ଅଂଚଳର ବିଭିନ୍ନ ସମସ୍ୟା ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘର ଦାବୀପତ୍ର

କଣିହାଁ,୧୭/୨: ତାଳଚେର ଉପଖଣ୍ଡ କଣିହାଁ ସ୍ଥିତ ପବିତ୍ର ମୋହନ ସଭାଘର ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ କଣିହାଁ ଅଂଚଳର ବିପର୍ଯ୍ୟସ୍ତ ଗମନାଗମନ,ସ୍ୱାସ୍ଥ୍ୟ ସେବା ଏବଂ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଦାବୀ ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘ ତରଫରୁ ୪ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ବ୍ଳକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜନ୍ମ ଭୂମି ହୋଇଥିଲେ ମଧ୍ୟ ଅଂଚଳବାସୀ ବାହ୍ୟଜଗତରୁ ବିଛିନ୍ନ କହିଲେ ଅତ୍ୟୁକ୍ତି ହେବନାହିଁ । ଅଂଚଳବାସୀ ଦୈନନ୍ଦିନ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ଏହାର ସ୍ୱାଧୀନତାର ଛସ୍ତରୀ ବର୍ଷ ବିତି ଯାଇଥିଲା ସୁଦ୍ଧା ଗମନାଗମନ କ୍ଷେତ୍ରରେ ଉପଖଣ୍ଡ କାର୍ଯ୍ୟାଳୟ, ତାଳଚେର ତହସିଲ, ଉପଖଣ୍ଡ ଚିକିତ୍ସାଳୟ ଯିବାକୁ ସରକାରଙ୍କ ପୂର୍ତ ବିଭାଗ, ଆରଡ଼ିସି, ପଂଚାୟତରାଜ ଏବଂ ବ୍ଳକ ସ୍ତରରେ କୌଣସି ଗୋଟିଏ ବି ରାସ୍ତା ନାହିଁ । ଏନଟିପିସିର ନିଜସ୍ୱ ରାସ୍ତା ଉପରେ ଶହ ଶହ କୋଇଲା ପାଉଁଶ ବୋଝେଇ ଟ୍ରକ ମଝିରେ ଜୀବନକୁ ବାଜି ଲଗାଇ ଜନସାଧାରଣ ନିଜ ଦୈନଦିନ ଆବଶ୍ୟକତା ପୂରଣ କରୁଛନ୍ତି । ସେହିପରି କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ସାଙ୍ଗକୁ ଅସ୍ତ୍ରପ୍ରଚାର ଗୃହରେ ଡାକ୍ତରୀ ଯନ୍ତ୍ରପାତି ନଥିବାରୁ ଦୂର ଦୁରାନ୍ତରୁ ପ୍ରସବ ବେଦନା ନେଇ ଆସୁଥିବା ଗରିବ ମହିଳା ନାହିଁ ନଥିବା ହଇରାଣ ହେଉଛନ୍ତି । ପ୍ରତେକ କ୍ଷେତ୍ରରେ ତାଙ୍କୁ ଘରୋଇ ହସ୍ପିଟାଲକୁ ରେଫର କରିବା ଦ୍ୱାରା ଅଯଥାରେ ଖର୍ଚ୍ଚାନ୍ତ ହୋଇ ସର୍ବସ୍ୱାନ୍ତ ହେଉଛନ୍ତି । ରାସ୍ତା ଉପରେ ଜାମରେ ଫସି ଆମ୍ବୁଲାନ୍ସ ଭିତରେ ଜନନୀ ଯନ୍ତ୍ରଣା ପାଉଛି ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଏଣୁ ତାଳଚେର ଜନ ବିକାଶ କଲ୍ୟାଣ ଏବଂ ଅଂଚଳବାସୀ ପକ୍ଷରୁ ପତ୍ରରେ ଉଲ୍ଲେଖିତ ଅଭିଯୋଗ ଗୁଡିକ ପ୍ରତି ଧ୍ୟାନ ଦେଇ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦିଆଯାଉ ।
୪ ଦଫା ଦାବୀଗୁଡ଼ିକ ମଧ୍ୟରେ ହଜାର ହଜାର ଭାରି ଯାନ ଚଳପ୍ରଚଳ କରୁଥିବାରୁ କଣିହାଁରୁ ଗୋଡିବନ୍ଦ ରାସ୍ତାକୁ ୪ ଲେନ ବିଶିଷ୍ଟ କରାଯିବା । ବିଜିଗୋଳ ବାରଡାଙ୍ଗୁଆ ଗ୍ରାମ ଦେଇ ଯାଇଥିବା ପୁରୁଣା ବଲାଙ୍ଗି ରାସ୍ତାରେ ନୂତନ ବ୍ରିଜ ତିଆରି କରାଯାଇ ସମଲ ରାସ୍ତା ସହ ସଂଯୋଗ କରାଯିବା । ସରକାରଙ୍କ ଘୋଷଣା ଅନୁସାରେ କଣିହାଁ ତହସିଲରେ ଯଥା ଶୀଘ୍ର ନିବନ୍ଧନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରାଯିବା । କଣିହାଁକୁ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ ବସ ସେବା ବନ୍ଦ ଥିବାରୁ ତାହାକୁ ପୁନଃ ଚଳାଇବାର ବ୍ୟବସ୍ଥା କରିବା ସହ ଅନଗୋଳ ଓଏସଆରଟିସି ବସ ଷ୍ଟାଣ୍ଡ ଠାରୁ କିଛି ବସ କଣିହାଁ ଓଏସଆରଟିସି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ବ୍ୟବସ୍ଥା କରି ଜିଲ୍ଲା ଅଫିସ ଏବଂ ମୁଖ୍ୟ ଚିକିତ୍ସାଳୟ ଯିବାକୁ ଲୋକଙ୍କ ଗମନାଗମନ ସୁଗମ କରାଯିବା ଆଦି ରହିଛି । ଜିଲ୍ଲା ପ୍ରଶାସନ ଲୋକେ ଭୋଗୁଥିବା ସମସ୍ୟା ଗୁଡିକର ସମାଧାନ କରିପାରିଲେ ନିଶ୍ଚିତ ଭାବେ ତାଳଚେର ଉପଖଣ୍ଡ ସମିତ କଣିହାଁ ବାସୀ ଉପକୃତ ହୋଇପାରିବେ ସଂଘ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି । ଏହି ଦାବୀପତ୍ର ସମୟରେ ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘର ସଭାପତି ଭୂପେନ ଥମ୍ବ, ଦୃମୁଦ କୁମାର ପ୍ରଧାନ, ଦୁଃଖବନ୍ଧୁ ଭୂତିଆ, ପୂର୍ବତନ ସରପଂଚ କମରେଇ ଜିତେନ୍ଦ୍ର ମହାପାତ୍ର ଏବଂ କଣିହାଁ ଅଂଚଳବାସୀ ଉପସ୍ଥିତ ଥିଲେ । ଏଥିସହିତ ଏହାର ଏକାକିତ ନକଲ କେନ୍ଦ୍ର ଶିକ୍ଷାମନ୍ତ୍ରୀ,ଢେଙ୍କାନାଳ ସାଂସଦ,ପାଲଲହଡ଼ା ବିଧାୟକ ଓ ତାଳଚେର ବିଧାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।

9
1379 views

Comment