logo

ଲାଖବାହାଲି ସ୍କୁଲ ଠାରେ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ

ଲାଞ୍ଜିଗଡ (AIMI )କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଧିନସ୍ଥ ଲାଖବାହାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧ୍ୟକ୍ଷତାରେ ଲାଞ୍ଜିଗଡ ଶିକ୍ଷା ବିଭାଗ ଓ ସିନିଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ମୌଳିକ ସାକ୍ଷାରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ପେଙ୍ଗଶୁର କ୍ଲଷ୍ଟର ସି ଆରସିସି ସଂଜୀବ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଲାଖବାହାଲି ସ୍କୁଲ ଠାରେ ଅନୁଷ୍ଠିତ ହୋଇଛି l ଜାତୀୟ ଶିକ୍ଷାନୀତି ୨୦୨୦ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ ଓ ନିପୁଣ ଓଡିଶା ଶିକ୍ଷାର ଏକ ଜରୁରୀ ତଥା ଆବଶ୍ୟକିୟ ସର୍ତ୍ତ ଭାବେ ସ୍ୱୀକୃତି ଦେଇଛି l ଏଣୁ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ ତଥା ଲୋକଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ଅଭିଭାବକ ମାନଙ୍କୁ ବହୁଳ ଭାବରେ କାର୍ଯ୍ୟକ୍ରମରେ ସାମିଲ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ୧୮ ଟି ସ୍କୁଲରୁ ୧୭୦ ଜଣ ଛାତ୍ର ଛାତ୍ରୀ ଭାଗନେଇଁ ଥିବାବେଳେ ଭାଷା, ଗଣିତ, ଲାଇବ୍ରେରୀ, ବିଜ୍ଞାନ ଆଦି ପ୍ରଦର୍ଶନ କରାଯାଇଥିଲା ଓ କୃତିତ୍ୱ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ ୨ଜିଲ୍ଲାପରିଷ ସଦସ୍ୟ ପରୀକ୍ଷିତ ନାଏକ ଯୋଗ ଦେଇ ଥିବା ବେଳେ ସନ୍ନମାନିତ ଅତିଥି ଭାବେ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବିଇଓ ଭରତ ଭୂଷଣ ସାହୁ ଯୋଗ ଦେଇଥିଲେ ସେହିପରି ବେନଗାଁ ସରପଞ୍ଚ ପୁରାଣା ମାଝୀ, ବେନଗାଁ ସ୍କୁଲ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାଗ, ରମାକାନ୍ତ ସାହୁ ଶଙ୍କର କିରାମ, ସିନିଟ୍ରଷ୍ଟ ଫିଲଡ଼ କୋଡିନେଟର ଦୟା ନାଗ ସମେତ ଶାକରାମ ନାଏକ ମଞ୍ଚରେ ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମ ପ୍ରସନକୁମାର ତ୍ରିପାଠୀ, ବୃନ୍ଦାବନ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ୧୮ଟି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l

1
4622 views