logo

ଦାମନଯୋଡିସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଦ୍ବାଦଶ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ, ନାଲକୋ,ଦାମନଯୋଡି,କୋରାପୁଟ, ଓଡିଶା,ତା୬/୨/୨୫(ଗୁରୁବାର)

ଦିଲ୍ଲୀ ପବ୍ଲିକ ସ୍କୁଲରେ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ଦାମନଯୋଡ଼ି,୦୬/୦୨(ଅଶୋକ):ନାଲକୋ ଟାଉନସିପ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ଉତ୍ସବରେ କନିଷ୍ଠ ମାନେ ବିଦାୟୀ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ ସହିତ ସେମାନଙ୍କ ସହଯୋଗ ଓ ମାର୍ଗଦର୍ଶନ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସଂଗୀତ ଓ ବିଭିନ୍ନ ପ୍ରକାର ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ।ଶେଷରେ ସମୂହ ଭୋଜନ କରିଥିଲେ।ସ୍କୁଲ ଭାରପ୍ରାପ୍ତ ଅଧ୍ୟକ୍ଷା ସୁଶ୍ରୀ ସୁଜାତା ପାଣି ଓ ପ୍ରଧାନ ଶିକ୍ଷକ ଏସ.ଏସ.ଗିରିଧରଙ୍କ ସହିତ ବିଭିନ୍ନ ବିଷୟର ଶିକ୍ଷକ ଶିକ୍ଷୟିତ୍ରୀ ଅଜିତ୍ ମିଶ୍ର, ଆଲୋକ ସେନ୍,ବଂଶୀଧର ବାରିକ,ଅଞ୍ଜନା କୁମାରୀ,କେ.ଭି.ଏସ ରାମପ୍ରସାଦ,ସିଦ୍ଧାର୍ଥ ଶଙ୍କର ଚୌଧୁରୀ, ଆଶିଷ ସତପଥୀ,ଜେ.କେ.ତ୍ରିପାଠୀ,ଭଞ୍ଜନ ମହାପାତ୍ର,ତନୁଶ୍ରୀ ପରିଡ଼ା ଓ ଏସ. ପି.ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଏକାଦଶ ଛାତ୍ରଛାତ୍ରୀ ଅମିତ୍ୟ କୁମାର ଦାଶ ଓ ପରମେଶ୍ବର ଆଚାର୍ଯ୍ୟ ସ୍ଵାଗତ ସମ୍ଭାଷଣ ଦେଇଥିଲେ। ଦୀପଶିଖା ପ୍ରିୟଦର୍ଶିନୀ,ପ୍ରିୟେଶ ପଙ୍କଜମ ପ୍ରତୀକ ପ୍ରତ୍ୟୁଷ୍ମାନ ନାୟକ,ପ୍ରିୟଙ୍କା କର,ସଞ୍ଜୀବ ଓଝା, ଧ୍ରୁବ ଦୋରା,ଆଶ୍ରିତା ପାଢ଼ୀ ଓ ସଂସ୍କୃତି ପ୍ରିୟଦର୍ଶିନୀ ବରିଷ୍ଠ ଭାଇଭଉଣୀଙ୍କ ସ୍ମୃତି ଚାରଣ କରିଥିଲେ।ଅଂଶୁମାନ ଦାଶ,ପ୍ରତୀକ୍ଷା ସ୍ବାଇଁ,ସନ୍ତୋଷ କୁମାର ସ୍ୱାଇଁ,ପ୍ରତୀକ୍ଷା ବେହେରା,ଅରୋସ୍ମିତା କିଣ୍ଡୋ,କେ.ପୁନମ,ଅର୍ପିତା ସାହୁ ଓ ଓମପ୍ରକାଶ ସାହୁ ବିଭିନ୍ନ ପର୍ଯ୍ୟାୟରେ ମଞ୍ଚ ସଂଯୋଜନା କରିଥିଲେ। ଶେଷରେ ସୌମ୍ୟା ପ୍ରିୟଦର୍ଶିନୀ ଓ ପ୍ରିୟମ ପ୍ରକାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

126
6539 views