logo

ମାଘ ସପ୍ତମୀ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ, ସେକ୍ଟର -୩,ନାଲକୋ ଟାଉନସିପ, ଦାମନଯୋଡି,କୋରାପୁଟ, ଓଡିଶା,ତା୪/୨/୨୫(ମଙ୍ଗଳବାର)


ମାଘସପ୍ତମୀରେ ଅଷ୍ଟପ୍ରହର ନାମଯଜ୍ଞ
ଦାମନଯୋଡ଼ି,୦୪/୦୨:ପବିତ୍ର ମାଘ ସପ୍ତମୀ ଅବସରରେ ମଙ୍ଗଳବାର ଦାମନଯୋଡ଼ିର ସେକ୍ଟର ୩ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ସୋମବାର ସନ୍ଧ୍ୟାରେ ଅଧିବାସ ପରେ ମଙ୍ଗଳବାର ସକାଳ ଠାରୁ ନାମଯଜ୍ଞ ହୋଇଥିଲା।ବଛାବଛା ୧୨ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଚିତ୍ତା କର୍ଷକ ସଂକୀର୍ତ୍ତନ ପରିବେଶଣ କରି ଭାବଭକ୍ତିର ଫଲଗୁ ପ୍ରବହମାନ କରିଥିଲେ।ବ୍ରହ୍ମପୁରରୁ ଆସିଥିବା ପୂଜକ ସୁନନ୍ଦଙ୍କ ତତ୍ତ୍ବାବଧାନରେ ଅଷ୍ଟପ୍ରହର ପୂଜାକାର୍ଯ୍ୟ ସମ୍ପାଦିତ ହୋଇଥିଲା।ବିଜୟ କୁମାର ମହାପାତ୍ର ଧର୍ମପତ୍ନୀ ହେମବତୀଙ୍କ ସହିତ କର୍ତ୍ତା ରୂପେ କାର୍ଯ୍ଯ ନିର୍ବାହ କରିଥିଲେ।ମନ୍ଦିର ପୂଜକ ଅଭିମନ୍ୟୁ ପଣ୍ଡା,ନୀଳାଚଳ ମହାପାତ୍ର,ଅଷ୍ଟପ୍ରହର ନାମଯଜ୍ଞ କମିଟି ସଭାପତି ପ୍ରଭାସ ରଞ୍ଜନ ସାହୁ,ସଂପାଦକ ଅଲେଖ ଚନ୍ଦ୍ର ମହାକୁଡଙ୍କ ସହିତ କର୍ମକର୍ତ୍ତା ହରେନ୍ଦ୍ର ନାଥ ଗିରି,ପ୍ରଫୁଲ୍ଲ କୁମାର ମୁନୀ,ପ୍ରୀତିରଞ୍ଜନ ସ୍ୱାଇଁ,ନିରାକାର ସାହୁ,ପ୍ରସନ୍ନ କୁମାର ପାତ୍ର,ବିରଜା ଶଙ୍କର ସାହୁ,କୃଷ୍ଣଚନ୍ଦ୍ର ସାହୁ,ପ୍ରମୋଦ କୁମାର କୁଣ୍ଡ,ଚିତ୍ତରଞ୍ଜନ ରୟ,ମହେନ୍ଦ୍ର ଖଟୁଆ,ରଶ୍ମିରଞ୍ଜନ ମହାରଣା,କୈଳାସ ଚନ୍ଦ୍ର ମହାରଣା,ଅମୂଲ୍ୟ ସେଠୀ,ଜଳେନ୍ଦ୍ର ତ୍ରିପାଠୀ ଓ ଡଃ ଅଶୋକ କୁମାର ମହାନ୍ତି ଓ ଅଷ୍ଟପ୍ରହରୀ କମିଟିର ସମସ୍ତ ସଦସ୍ଯମାନେ ପୂର୍ଣ୍ଣ ମାତ୍ରାରେ ସାହାଯ୍ଯ ଓ ସହଯୋଗ କରିଥିଲେ।ସନ୍ଧ୍ୟାରେ ସମୂହ ପ୍ରସାଦ ବିତରଣ କରାଯାଇଥିଲା। ବୁଧବାର ସକାଳେ ନାମ ସମାପନ ପରେ ନଗର ପରିକ୍ରମା,ଦଧିହାଣ୍ଡି ଭଗ୍ନ ଓ ଯମୁନା ସ୍ନାନ ଆଦି କାର୍ଯକ୍ରମ ରହିଛି। ଉଲ୍ଲେଖଯୋଗ୍ୟ ବିଗତ ୪୦ବର୍ଷ ଧରି ଏହି ମଣ୍ଡପରେ ମାଘସପ୍ତମୀ ଦିନ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି।

85
7203 views