logo

ଆଜି ନବରଙ୍ଗପୁର ଜିଲ୍ଲା ମଜଦୂର ସଙ୍ଘର ଗାରିମାମୟ ସମାବେଶ।

ତା :25/01/25 - ଆଜି ନବରଙ୍ଗପୁର ଜିଲ୍ଲା ମଜଦୁର ସଙ୍ଘ ୨୮ତମ ସମ୍ମେଳନୀ ଗରିମାମୟ ଭାବେ ପାଳିତ ହୋଇଛି। ସ୍ଥାନୀୟ RCD ପଡ଼ିଆରେ ଆୟୋଜିତ ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ସହିତ ମୋଟ ୩ ହଜାରରୁ ଅଧିକ ମଜଦୁର ଓ ସଦସ୍ୟ ଉପସ୍ଥିତ ଥିଲେ। ସମ୍ମେଳନୀରେ ଅନୁଷ୍ଠାନର ଆରମ୍ଭ ସମୟରୁ ନିଜେ ଉପସ୍ଥିତ ଥିବା ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ , ସଂଘ ସଭାପତି, ସଂପାଦକ ଓ ସଂଘର ଉପାଧ୍ୟକ୍ଷ ଶ୍ରୀ ପରମେଶ୍ୱର ବିଶୋଇ ତାଙ୍କର ମୁଖ୍ୟ ଭାଷଣ ମାଧ୍ୟମରେ ମଜଦୁରମାନଙ୍କ ଅଧିକାର, ସମସ୍ୟା ଓ ସମାଧାନ ବିଷୟରେ ଆଲୋକ ପାତ କରିଥିଲେ।

ସଭାରେ ସ୍ଥାନୀୟ ବିଧାୟକ ଶ୍ରୀ ଗୌରୀ ମାଝୀ ମଜଦୁରମାନଙ୍କ ସ୍ବାଭିମାନ ଓ ଅଧିକାର ସୁନିଶ୍ଚିତ କରିବା ପାଇଁ ସଂଘର ଭୂମିକାକୁ ବିଶଦ କରିଥିଲେ। ସଂଘ ସଭାପତି ତାଙ୍କ ଭାଷଣରେ ମଜଦୁରମାନଙ୍କ ସମସ୍ୟାଗୁଡ଼ିକୁ ଆଲୋଚନା କରି ସଂଘର ଆଗାମୀ କାର୍ଯ୍ୟଯୋଜନା ବିଷୟରେ ଅବଗତ କରାଇଥିଲେ। ସଂଘର ଉପାଧ୍ୟକ୍ଷ ଶ୍ରୀ ବିଶୋଇ ସଭାର ସମାପନ ଘୋଷଣା କରି ସଂଘର ଏକତା ଓ ଦୃଢ଼ତା ଉପରେ ଜୋର ଦେଇଥିଲେ। ସମସ୍ତ ସଦସ୍ୟଙ୍କ ମଧ୍ୟରେ ସଂଘର ଏକତାକୁ ସୁନିଶ୍ଚିତ କରି ଭାବି ଦିନରେ ମଜଦୁରମାନଙ୍କ ଅଧିକାର ଉପରେ ଜୋର ଦେବାର ପ୍ରତିଶ୍ରୁତି ଦିଆଗଲା।

ସମ୍ମେଳନୀର ମଧ୍ୟାହ୍ନରେ ସଂଘର ତରଫରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଭୋଜନରେ ସମସ୍ତ ସଦସ୍ୟ ସହ ଅତିଥିମାନେ ମଧ୍ୟ ଅନୁଭବ କରିଥିଲେ। ଏହି ଭୋଜନ ବ୍ୟବସ୍ଥା ସଙ୍ଗଠନର ପକ୍ଷରୁ ଉଦାହରଣ ସ୍ଥାପନ କରିଥିଲା। ଭୋଜନ ପରେ ସଂଘର ଏକତା ଓ ଦୃଢ଼ତା ଉପରେ ଆଲୋଚନା ହୋଇଥିଲା।

ସମ୍ମେଳନୀରେ ମଜଦୁରମାନଙ୍କ ଜୀବନ ମାନ ସୁନିଶ୍ଚିତ କରିବା ପାଇଁ ସଂଘର ଯାତ୍ରାକୁ ଆଗକୁ ବଢ଼ାଇବାର ପ୍ରତିଜ୍ଞା ନିଆଗଲା। ଏହି ସମ୍ମେଳନୀ ନଜରକୁ ଆଣିବାକୁ ସମର୍ଥ ହୋଇଥିଲା ଏବଂ ମଜଦୁରମାନଙ୍କ ଏକତାର ପ୍ରତିକ ଭାବେ ତିବ୍ର ସନ୍ଦେଶ ଦେଇ ଜିଲ୍ଲା ମାନବୀୟ ଉନ୍ନତିରେ ଅହମ୍ ଭୂମିକା ରଖିଥିଲା।
* ବୀ ତରୁଣ ✍️

5
5776 views