କେନ୍ଦୁଝର ଜିଲ୍ଲାର ନିଯୁକ୍ତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରକାଶିତ ସୂଚନା।
ଜାନୁଆରୀ ୨୯ ଓ ୩୦ ତାରିଖରେ ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟଠାରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା
କେନ୍ଦୁଝର, ୨୨.୦୧.୨୦୨୫
ଜିଲ୍ଲା ପ୍ରଶାସନ,କେନ୍ଦୁଝର ଓ ଓଡିଶା ସରକାରଙ୍କ ଦକ୍ଷତା ଵିକାଶ ପ୍ରାଧିକରଣ(OSDA) ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆସନ୍ତା ତା. ୨୯.୦୧.୨୦୨୫ ରିଖରେ ଯୋଡ଼ା, ଝୁମ୍ପୁରା, ବାଂଶପାଳ,ତେଲକୋଇ, ସାହରପଡା, କେନ୍ଦୁଝର ସଦର, ଚମ୍ପୁଆ, ପାଟଣା ବ୍ଲକନିମନ୍ତେ ଏବଂ ତା - ୩୦.୦୧.୨୦୨୫ ରିଖରେ ଆନନ୍ଦପୁର ,ଘଷିପୁରା, ହାଟଡ଼ିହି, ହରିଚନ୍ଦନପୁର, ଘଟଗାଁ ବ୍ଲକ ନିମନ୍ତେ ଓଡିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ (OSME GROUND), ମାଇନିଂ ରୋଡ,କେନ୍ଦୁଝର ଠାରେ ଅନୁଷ୍ଠିତ ହେବାକୁ ଯାଉଛି। କେନ୍ଦୁଝର ଜିଲ୍ଲାର ନିଯୁକ୍ତି ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନେ ନିଯୁକ୍ତି ମେଳାରେ ଭାଗ ନେଇପାରିବେ,ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ଘରୋଇ ସଂସ୍ଥାମାନେ ଆସି ସେମାନଙ୍କ ସଂସ୍ଥାର ଆବଶ୍ୟକ ପଦପଦବୀ ପାଇଁ ପ୍ରାର୍ଥୀ ଓ ପ୍ରାର୍ଥିନୀ ଚୟନ କରିବେ । ଏହିମେଳାରେ ଯୋଗ ଦେବା ପାଇଁ ଶିକ୍ଷାଗତ ଯୋଗ୍ୟତା ୫ମରୁ ଉର୍ଦ୍ଧ୍ଵ 10th (ଦଶମ), 12th(ଦ୍ୱାଦଶ) , + 3 ( ସ୍ନାତକ) ପାସ , ଆଇ.ଟି .ଆଇ ( ITI ) , ଡିପ୍ଲୋମା , ଏ.ଏନ.ଏମ. (A.N.M) ଓ ଜି. ଏନ.ଏମ୍ (G.N.M ) ଏବଂ ଅନ୍ଯ ଯେକୌଣସି ସୀକୃତିପ୍ରାପ୍ତ ଅନୁଷ୍ଠାନରୁ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ, ବୟସ ସୀମା ୧୮ ରୁ ୪୫ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଏଣୁ ଆଗ୍ରହୀ ଯୁବକ ଯୁବତୀମାନେ ନିଜ ନିଜର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ଆଧାର କାର୍ଡ ସହିତ ଉକ୍ତ ମେଳାରେ ସକାଳ ୯ ଘଟିକାରୁ ଅପରାହ୍ନ ୨ ଘଟିକା ମଧ୍ୟରେ ଯୋଗ ଦେଇ ବେସରକାରୀ ସ୍ତରରେ ଥିବା ନିଯୁକ୍ତିରସୁଯୋଗ ନେଇପାରିବେ। ଏନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥାନିୟୋଜନ କାର୍ଯ୍ୟାଳୟ ତରଫରୁ ସମସ୍ତ ନିଯୁକ୍ତି ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥନୀମାନଙ୍କୁ ସବିଶେଷ ସୂଚନା ପାଇଁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ସହିତ deokjr@gmail.com ଇମେଲ ଯୋଗେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।
ରିପୋର୍ଟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।
ବି.ଦ୍ର: ନିମ୍ନରେ କ୍ୟୁଆର୍ କୋଡ ପ୍ରଦାନ କରାଯାଇଛି, ତାହାର ସଦୁପୋଯୋଗ କରିବା ପାଇଁ ବିନମ୍ର ଅନୁରୋଧ।