logo

କୁଷ୍ଠରୋଗର ନିରାକରଣ ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ ବାର୍ତ୍ତା।

କେନ୍ଦୁଝର ଜିଲ୍ଲାପାଳଙ୍କ ବାର୍ତ୍ତା
----------------------------------

ଆମ୍ଭେ କେନ୍ଦୁଝର ଜିଲ୍ଲାର ପ୍ରବାସୀ ଏବଂ ପ୍ରଶାସନ “ବିକଶିତ ଭାରତ ଅଭିଯାନ” ସନ୍ଧିକ୍ଷଣରେ ଘୋଷଣା କରୁଅଛୁ ଯେ, ଆମ୍ଭେମାନେ ଜିଲ୍ଲାକୁ କୁଷ୍ଠମୁକ୍ତ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବୁ। କୁଷ୍ଠ ରୋଗର ଲକ୍ଷଣ ଗୁଡିକ ଦ୍ଵାରା ରୋଗୀକୁ ଚିହ୍ନଟ କରି ଚିକିତ୍ସା କରିବା ବହୁତ ସହଜ ଏବଂ ଆରୋଗ୍ୟ ସାଧ୍ଯ ମଧ୍ଯ ଆମ୍ଭ ଜିଲ୍ଲାରେ ଉପଲବ୍ଧ ସମସ୍ତ ଆବଶ୍ୟକୀୟ ସମ୍ବଳର ବିନିଯୋଗ କରି କୁଷ୍ଠ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ପ୍ରାରମ୍ଭିକ ଅବସ୍ତାରେ ଚିହ୍ନଟ କରି ଚିକିତ୍ସା କରାଇବାକୁ ଯଥାସାଧ୍ଯ ଚେଷ୍ଟା କରିବୁ ।

କୌଣସି କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତି କିମ୍ବା ତାଙ୍କର ପରିବାର ସହିତ କୌଣସି ପ୍ରକାର ଭେଦଭାବକୁ ପ୍ରଶ୍ରୟ ଦେବୁ ନାହିଁ । ଆମ୍ଭେମାନେ ବ୍ୟକ୍ତିଗତ ଏବଂ ସାମୁହିକ ଭାବେ କୁଷ୍ଠରୋଗାକ୍ରାନ୍ତ ବ୍ୟକ୍ତିଙ୍କ ସହିତ ହେଉଥିବା ବାସନ୍ଦ କିମ୍ବା ଭେଦଭାବକୁ ଦୂର କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିବୁ । ଆମ୍ଭେମାନେ ଆଜିର ଦିନରେ ଶଷଥ ନେଉଅଛୁ କି, ସମାଜରେ କୁଷ୍ଠରୋଗ ସମ୍ବନ୍ଧୀୟ ଜ୍ଞାନର ପ୍ରଦୀପ ଜଳାଇ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ମନରୁ ବାସନ୍ଦ ଏବଂ ଭେଦଭାବର ଭୟକୁ ଦୂର କରିବୁ ।

ଜିଲ୍ଲାପାଳ, କେନ୍ଦୁଝର

ଅଧିକ ତଥ୍ଯ ଜାଣିବା ପାଇଁ ନିମ୍ନରେ ପ୍ରକାଶିତ ସୂଚନା ଦେଖିବାକୁ ବିନମ୍ର ଅନୁରୋଧ।

18
1174 views