DMVV BMS FOUNDATION ସାମାଜିକ ସଂସ୍ଥା ତରଫରୁ ନିଆରା ପ୍ରୟାସ
ଆଜି DMVV BMS foundation ସାମାଜିକ ସଂସ୍ଥା ତରଫରୁ ଗଂଜାମ ଜିଲ୍ଲା ଭଞ୍ଜନଗର ଠାରେ ଆଂଶିକା ଉଦ୍ୟୋଗ ସେଣ୍ଟର୍ ଶୁଭ ଉଦ୍ଘାଟନ ହୋଇ ଯାଇ ଅଛି। ଏହି ସାମାଜିକ ସଂସ୍ଥା ର ମୂଳ ଲକ୍ଷ୍ୟ ଗରିବ, ଅସହାୟ, ଦିବ୍ୟାଙ୍ଗ, ବିଧବା ମାଆ ଭଉଣୀ ମାନଙ୍କୁ ବିନା ମୂଲ୍ୟ ରେ ସଂସ୍ଥା ତରଫରୁ ଛୋଟ ଛୋଟ କୁଟୀର ଉଦ୍ୟୋଗ ବସାଇ ସେମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ କରି ସ୍ବରୋଜଗାର ଓ ସ୍ବାବଲମ୍ବୀ କରାଇବା। ଏଵଂ ସେମାନଙ୍କ ଆର୍ଥିକ ସ୍ଥିତି କୁ ମୁଖ୍ୟ ସ୍ରୋତ ରେ ସାମିଲ କରାଇବା, ସଂସ୍ଥା ର ସଂସ୍ଥାପକ ଶ୍ରୀମାନ ଦୁଲଲ ମୁଖାର୍ଜୀ ଙ୍କ ଏପରି ପ୍ରୟାସ କୁ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଥିଲା,
ସଂସ୍ଥା ତରଫରୁ ଭଞ୍ଜନଗର ଠାରେ ଗୋଟାଏ ଛୋଟ ଫାଇନାଲ ତିଆରି ଉଦ୍ୟୋଗ ସ୍ଥାପନ କରାଯାଇ ଥିଲା ଏବଂ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା। ଏହି ଅବସର ରେ ସଂସ୍ଥା Coo ଶ୍ରୀମାନ ଚିତ୍ତରଞ୍ଜନ ବିଶ୍ଵାଳ, ଓଡ଼ିଶା ରାଜ୍ୟ ପ୍ରଭାରୀ ଶ୍ରୀମତୀ ସୁପ୍ରଭା ସ୍ୱାଇଁ, ସହ ପ୍ରଭାରୀ ଶ୍ରୀମାନ ମୋନୋଜ କୁମାର ପଣ୍ଡା, ପ୍ରକଳ୍ପ ଅଧିକାରୀ କବିରାଜ ପାତ୍ର, ଜିଲ୍ଲା ପ୍ରଭାରୀ ସୁକାନ୍ତ ନାୟକ, ସହ ପ୍ରଭାରୀ ଶ୍ରୀମତୀ ରିନା ନାହକ,HR ରାଜେନ୍ଦ୍ର ନାହକ, ଜିଲ୍ଲା ଅଫିସ ଷ୍ଟାଫ, ଏବଂ ସଂସ୍ଥା ସହ ଜଡ଼ିତ ବ୍ଲକ NAC ର ପଦାଧିକାରୀ ଗଣ ଉପସ୍ଥିତ ରହି କାର୍ଯ୍ଯ କ୍ରମ କୁ ସୁରୁଖୁର ଭାବେ ସମ୍ପୁର୍ଣ୍ଣ କରାଇ ଥିଲେ।