logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀଙ୍କ ବିକ୍ଷୋଭ

କେନ୍ଦୁଝର ୧୭/୦୧: କେନ୍ଦୁଝର ଜିଲ୍ଲାର ର ସମସ୍ତ ଡାକ୍ତରଖାନା ଏଲ୍ ଏଣ୍ଡ କେ ଠିକା ସଂସ୍ଥା ଅଧୀନରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ମାନେ ଆଜି ୬ ଦଫା ଦାବି ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି। ଆଉଟ୍ ସୋର୍ସିଂ କର୍ମଚାରୀ ଏବଂ ଶ୍ରମିକ କୁ ଛଟେଇ କରାଯିବା ସହ ଦରମା କଟାଯାଉଛି l ଏହା ବିରୋଧରେ କର୍ମଚାରୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଫେରାଦ ହୋଇଥିଲେ। କୌଣସି ସୁଫଳ ନ ମିଳିବାରୁ ବହୁ ସଂଖ୍ୟାରେ କର୍ମଚାରୀ ଆଜି କାଳୀ ପଡିଆ ରୁ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ରେ ବସିଥିଲେ। ଦୈନିକ ମଜୁରୀ ବୋର୍ଡ଼ ଗଠନ, ଛଟେଇ କର୍ମଚାରୀଙ୍କୁ ନିଯୁକ୍ତି, ଅଗ୍ରାଧିକାର ଭିତ୍ତିରେ ଷ୍ଟାଫ ନର୍ସ ଙ୍କୁ ସ୍ଥାୟୀ ନିଯୁକ୍ତି, ଠିକା କର୍ମଚାରୀଙ୍କୁ EPF ଏବଂ ESI ସୁବିଧା ପ୍ରଦାନ, ଦରମା ରୁ କଟା ଯାଇଥିବା ଟଙ୍କା କୁ କର୍ମଚାରୀ ଙ୍କ ଆକାଉଣ୍ଟ ରେ ଜମା କରିବା, ଏବଂ ପ୍ରତି ମାସ ୧୦ ତାରିଖ ମଧ୍ୟରେ ବେତନ ପ୍ରଦାନ କରିବାକୁ ଦାବି କରାଯାଇଛି। କେନ୍ଦୁଝର ଜିଲ୍ଲା ହସ୍ପିଟାଲ କର୍ମଚାରୀ ସଂଘ ସଭାପତି ଉମାକାନ୍ତ ଦାସ ଓ ସାଧାରଣ ସମ୍ପାଦିକା ରୀମାମଣି ବାରିକ ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ରିପୋର୍ଟ - ପ୍ରଭାତ ସାହୁ କେନ୍ଦୁଝର

198
20105 views

Comment