ସଖାସଂଘ ସର୍ବଭାରତୀୟ ଫୁଟବଲ:ଫାଇନାଲ କୁ ବାଜିମାତ ମାରିଲା କିଶୋର କ୍ଳବ
ଭୁବନେଶ୍ୱର,୧୭/୧/୨୪: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ କ୍ରୀଡାନୁଷ୍ଠାନ ନିରାକାରପୁର ସ୍ଥିତ ସଖା ସଂଘ କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ୩୧ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ କିଶୋର କ୍ଳବ୍ ଭୁବନେଶ୍ୱର ୩-୦ ଗୋଲରେ ମରାଠା ଫୁଟବଲ୍ ଏକାଡେମୀ ଭଞ୍ଜନଗର କୁ ହରାଇ ଫାଇନାଲକୁ ପ୍ରବେଶ କରିଛି। ଆଜିର ମ୍ୟାଚ୍ ଏକତରଫା ହୋଇଥିବାବେଳେ କିଶୋର କ୍ଲବ ଭୁବନେଶ୍ୱର ପ୍ରଥମାର୍ଦ୍ଧ ର ୨ ମିନିଟ ପରେ ଗୋଟିଏ ଗୋଲ ଓ ଦିତୀୟ।ର୍ଦ୍ଧ ର ୨୫ ମିନିଟ ଓ ୩୫ ମିନିଟ ପରେ ଆଉ ଦୁଇଟି ଗୋଲ ଦେଇ ମରାଠା ଫୁଟବଲ୍ ଏକାଡେମୀ ଭଞ୍ଜନଗର କୁ ହରାଇ ଫାଇନାଲକୁ ପ୍ରବେଶ କରିଛି। ଆଜିର ଖେଳକୁ ଶିବ ସାମନ୍ତରାୟ, ଏମ୍ ଏସ ବେଗ, ସୁକାନ୍ତ କୁମାର ପ୍ରଧାନ ଓ ଓମ୍ ପ୍ରକାଶ ମିଶ୍ର ,ମ୍ୟାଚ ରେଫରୀ ଅକ୍ଷୟ କୁମାର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ଆଜି ଅତିଥି ଭାବେ କଂଗ୍ରେସ ବରିଷ୍ଠ ନେତା ପୃଥିବୀ ବଲ୍ଲଭ ପଟ୍ଟନାୟକ,ଖୋର୍ଦ୍ଧା ର ପୂର୍ବତନ ଜିଲ୍ଲପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର , ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ,ଆଇନଜୀବୀ ଶିରିର ପରିଡ଼ା, କଂଗ୍ରେସ ଯୁବ ନେତା ବିଶ୍ବଭୂଷଣ ଛୋଟରାୟ, ବିଜୟ କୁମାର ରାଉତରାୟ, ମହାବୀର କ୍ରୀଡା ସଂଗଠନ ର ସଂପାଦକ ମନୋଜ କୁମାର ମାନସିଂହ, ଅବସରପ୍ରାପ୍ତ ଆର୍ମି କ୍ୟାପଟେନ ବିଜୟ କୁମାର ବଳିଆରସିଂହ ଓ କଂଗ୍ରେସ ନେତା ରାମଚନ୍ଦ୍ର ରଣସିଂହ, ସିପିଆଇଏମ ଯୁବ ନେତା ବିଦୁ ଭୂଷଣ ମହାରଣା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହ କରିବାସହ ଉଭୟ ଦଳର ବେଷ୍ଟ ପ୍ଲେୟାର ଭାବେ ପାରୁଆ ମୁର୍ମୁ ଓ ସୋନୁ ଙ୍କୁ ଇଞ୍ଜିନିୟର ଅପର୍ତି ପ୍ରଧାନଙ୍କ ସ୍ବର୍ଗତା ପତ୍ନୀ ଉଷାରାଣୀ ପ୍ରଧାନ ଓ ସଖା ସଂଘ ର ପୂର୍ବତନ କ୍ୟାପଟେନ ସ୍ବର୍ଗତ କେଦାରେଶ୍ୱର ଜୟସିଂହଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ପ୍ରଦାନ କରିଥିଲେ।ଅନୁରୂପ ଭାବେ ବେଷ୍ଟ ଗୋଲ କିପର ଭାବେ ସୋମନାଥ ସୋରେନ ଙ୍କୁ ସ୍ବର୍ଗତା ପ୍ରମିଳା ପଟ୍ଟନାୟକ ସ୍ମୃତି ଉଦ୍ଦେଶ୍ଯ ରେ ପ୍ରଦାନ କରାଯାଇଥିଲା।ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ଓ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ମଞ୍ଚ ପରିଚାଳନା କରିଥିଲେ । ସଭାପତି ବିପିନ କୁମାର ଜୟସିଂହ ସଭାପତିତ୍ବ କରିଥିବାବେଳେ ବରିଷ୍ଠ ଉପଦେଷ୍ଟା ରବୀନ୍ଦ୍ର କୁମାର ରାଉତରାୟ, ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ , ପ୍ରକାଶ କୁମାର ବଳିଆରସିଂହ,ସମ୍ପାଦକ ଭାଗିରଥି ପ୍ରଧାନ , କୋଷାଧ୍ୟକ୍ଷ ହରିହର ସିଂହ , ଉପଦେଷ୍ଟା ମହେଶ୍ୱର ବେହେରା , ଦିଗମ୍ବର ବଳିଆରସିଂହ, ଯୁଗ୍ମ ସମ୍ପାଦକ ଦୀପକ ପ୍ରଧାନ, ଉମେଶ ଚନ୍ଦ୍ର ମିଶ୍ର, ହିମାଂଶୁ ଭୁଷଣ ଚମ୍ପତିରାୟ , ଚିତ୍ତରଞ୍ଜନ ବେହେରା ଓ ଟିମ୍ ମ୍ୟାନେଜର ମନୋଜ କୁମାର ପ୍ରଧାନ, ଅଜୟ କୁମାର ହରିଚନ୍ଦନ ପ୍ରମୁଖ ସହଯୋଗ କରିଥିଲେ । ୧୯ ତାରିଖ ରବିବାର ଦିନ କିଶୋର କ୍ଲବ ଭୁବନେଶ୍ୱର ଓ ହିନ୍ଦୁସ୍ଥାନ ହିରୋଜ ଫୁଟବଲ ଏକାଡେମୀ ବେହେଲା କଲିକତା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଆସନ୍ତା କାଲି ନିରାକାରପୁର ସଖା ସଂଘ ଯୁବ ଓ ଭେଟରାନ ଟିମ୍ ମଧ୍ଯ ରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବା ସହିତ ପରେ କଟକ ର ଦୁଇଟି ମହିଳା ଦଳ ମଧ୍ଯ ରେ ପ୍ରଦର୍ଶନୀ ମ୍ୟାଚ ହେବାର କ୍ରୀଡା ସଂସଦ ପକ୍ଷରୁ ସୂଚନା ମିଳିଛି।