logo

ନିରାକାରପୁର ସର୍ବଭାରତୀୟ ଫୁଟବଲ : ବେହେଲା କୋଲକାତା ଫାଇନାଲରେ

ଭୁବନେଶ୍ୱର,୧୬/୧: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ୩୧ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ହିନ୍ଦୁସ୍ଥାନ ହିରୋଜ ଫୁଟବଲ ଏକାଡେମୀ ବେହେଲା କୋଲକାତା ୩-୧ ଗୋଲରେ କଟକ ସ୍ପୋର୍ଟସ ହଷ୍ଟେଲ କୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆଜିର ଖେଳ ସଂଘର୍ଷ ପୂର୍ଣ୍ଣ ହୋଇଥିବା ବେଳେ ପ୍ରଥମାର୍ଦ୍ଧ ଓ ଦିତୀୟାର୍ଧ ଖେଳ ଶେଷ ପର୍ଯ୍ୟନ୍ତ ଗୋଲ ଶୂନ୍ୟ ରହିବାରୁ ଶେଷରେ ଟ୍ରାଇବ୍ରେକର ର ସାହାଯ୍ୟ ନିଆଯାଇଥିଲା। ଏଥିରେ ବେହେଲା, କୋଲକାତା ୩-୧ ଗୋଲରେ ସ୍ପୋର୍ଟସ ହଷ୍ଟେଲକୁ ହରାଇ ଫାଇନାଲରେ ପ୍ରବେଶ କରିଛି।ଆଜିର ଖେଳକୁ ସେକାୱାତ ଅଲ୍ଲୀ ଖାଁ, ଶିବ ସାମନ୍ତରାୟ, ସୁକାନ୍ତ କୁମାର ପ୍ରଧାନ ଓ ଓମ୍ ପ୍ରକାଶ ମିଶ୍ର ,ମ୍ୟାଚ ରେଫରୀ ଅକ୍ଷୟ କୁମାର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।ମୂଖ୍ଯ ଅତିଥି ଭାବେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ସତ୍ୟବାଦୀ ର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ,ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ,ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିଶ୍ନା ମାନ୍ଧାତା, ସମାଜସେବୀ ତଥା ପୂର୍ବତନ ସରପଂଚ ସୁରେଶ କୁମାର ସାହୁ, ,ରଣପୁର ମହାବିଦ୍ୟାଳୟ ଅଧ୍ୟାପକ ବିଜ୍ଞାନ ମାଣିଆ , ସରପଂଚ ବିରେଶ୍ ରାଜଗୁରୁ, ସମିତି ସଭ୍ୟ ରମେଶ ବିଶ୍ଵାଳ,ବିଶିଷ୍ଟ ସମାଜସେବୀ ଜାନକୀ ମହାପାତ୍ର , ନୀଳାଦ୍ରି ସ୍ୱାଇଁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ କୋଲକାତା ଦଳର ବେଷ୍ଟ ଗୋଲ କିପର ଦେବତମ୍ , ଓ ଉଭୟ ଦଳର ବେଷ୍ଟ ପ୍ଲେୟାର ସାକିବ ଓ ଜଗନ୍ନାଥ ଟୁଡୁ ଙ୍କୁ ସଖା ସଂଘ କ୍ରୀଡା ସଂସଦ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ ଙ୍କ ସ୍ବର୍ଗତା ପତ୍ନୀ ପ୍ରମିଳା ପଟ୍ଟନାୟକ, ଇଞ୍ଜିନିୟର ଅପର୍ତି ପ୍ରଧାନଙ୍କ ପତ୍ନୀ ସ୍ବର୍ଗତା ଉଷା ରାଣୀ ପ୍ରଧାନ ଓ ସ୍ବର୍ଗତ କେଦାରେଶ୍ୱର ଜୟସିଂହଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ଓ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ମଞ୍ଚ ପରିଚାଳନା କରିଥିଲେ । ସଭାପତି ବିପିନ କୁମାର ଜୟସିଂହ ସଭାପତିତ୍ବ କରିଥିଲେ। ଆସନ୍ତା କାଲି ଦ୍ୱିତୀୟ ସେମି ଫାଇନାଲ ମରାଠା ଫୁଟବଲ କ୍ଳବ୍ ଭଞ୍ଜନଗର ଓ କିଶୋର କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବାର ସଖାସଂଘରୁ ସୂଚନା ମିଳିଛି

98
3198 views