logo

ନିରାକାରପୁର ସର୍ବଭାରତୀୟ ଫୁଟବଲ : ବେହେଲା କଲିକତା ସେମିରେ

ଭୁବନେଶ୍ୱର,୧୫/୧: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ୩୧ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଏସ ପିଏମ୍ ବିଶାଖାପାଟଣା ଓ ହିନ୍ଦୁସ୍ଥାନ ହିରୋଜ ଫୁଟବଲ ଏକାଡେମୀ ବେହେଲା, କଲିକତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳର ପ୍ରଥମାର୍ଧାରେ ଏସ ପିଏମ୍ ବିଶାଖାପାଟଣା ବିରୋଧରେ ୧-୦ ଗୋଲରେ ଅଗ୍ରଣୀ ରହି ହିନ୍ଦୁସ୍ଥାନ ହିରୋଜ ଫୁଟବଲ ଏକାଡେମୀ ବେହେଲା କଲିକତା ଖେଳ ଶେଷ ପର୍ଯ୍ୟନ୍ତ ପ୍ରାଧାନ୍ଯ ବିସ୍ତାର କରି ପ୍ରଥମ ସେମିଫାଇନାଲରେ ପ୍ରବେଶ କରିଛି । ଆଜିର ଖେଳକୁ ସେକାୱାତ ଅଲ୍ଲୀ ଖାଁ, ଶିବ ସାମନ୍ତରାୟ, ଓମ୍ ପ୍ରକାଶ ମିଶ୍ର ,ମ୍ୟାଚ ରେଫରୀ ଅକ୍ଷୟ କୁମାର ପଟ୍ଟନାୟକ, ଗଙ୍ଗାଧର ପଟ୍ଟନାୟକ,ବିଶ୍ଵନାଥ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଅତିଥି ଭାବେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଡ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ,ଡାକ୍ତର ଜସ୍ମିନ ମାଝୀ, ପୂର୍ବତନ ସରପଂଚ ଗିରିଶ ଚନ୍ଦ୍ର ମହାରଣା ଓ ସମାଜସେବୀ ମାନସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ କଲିକତା ଦଳର ବେଷ୍ଟ ଗୋଲ କିପର ଦେବତମ୍,ଉଭୟ ଦଳର ବେଷ୍ଟ ପ୍ଲେୟାର ଆଫ୍ରିଦ୍ ଓ ନବୀନଙ୍କୁ ଶରତ ଚନ୍ଦ୍ର ସାହୁଙ୍କ ସ୍ବର୍ଗତ ପୁତ୍ର ଚନ୍ଦ୍ରକାନ୍ତ ସାହୁ, ସ୍ବର୍ଗତ କେଦାରେଶ୍ୱର ଜୟସିଂହ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଆଜି ସଭାପତି ବିପିନ କୁମାର ଜୟସିଂହ ,ଉପସଭାପତି ତଥା ସାମ୍ବାଦିକ ଶ୍ୟାମ ସୁନ୍ଦର ପଟ୍ଟନାୟକ , ପ୍ରକାଶ କୁମାର ବଳିଆରସିଂହ, ସମ୍ପାଦକ ଭାଗିରଥି ପ୍ରଧାନ , କୋଷାଧ୍ୟକ୍ଷ ହରିହର ସିଂହ, ବରିଷ୍ଠ ଉପଦେଷ୍ଟା ମହେଶ୍ୱର ବେହେରା, ଯୁଗ୍ମ ସମ୍ପାଦକ ଦୀପକ କୁମାର ପ୍ରଧାନ,ହିମାଂଶୁ ଭୁଷଣ ଚମ୍ପତିରାୟ, ଉମେଶ ଚନ୍ଦ୍ର ମିଶ୍ର, ଅଜୟ କୁମାର ହରିଚନ୍ଦନ, ମନୋଜ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ପାଟ୍ଟଶାଣୀ ଓ ପ୍ରସାଦ ଦାସ, ଦିଗମ୍ବର ବଳିଆରସିଂହ , ଟିମ୍ କ୍ୟାପଟେନ ଚିତ୍ତରଞ୍ଜନ ମହାରଣା , କାର୍ତ୍ତିକ ସାମନ୍ତରାୟ,ଅଭିନାଶ ଜେନା, ବିଜୟ କୁମାର ପାଲଟାସିଂହ, ପ୍ରଦୀପ୍ତ କୁମାର ଷଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ।ଆସନ୍ତା କାଲି ପ୍ରଥମ ସେମିଫାଇନାଲ କଟକ ସ୍ପୋର୍ଟସ ହଷ୍ଟେଲ ଓ ହିନ୍ଦୁସ୍ଥାନ ହିରୋଜ ଫୁଟବଲ ଏକାଡେମୀ , ବେହେଲା, କଲିକତା ମଧ୍ୟରେ ଅନୁଷ୍ଠିତ ହେବାର ସଖାସଂଘରୁ ସୂଚନା ମିଳିଛି।

5
672 views