logo

ନିରାକାରପୁର ସର୍ବ ଭାରତୀୟ ଫୁଟବଲ : ସ୍ପୋର୍ଟସ ହଷ୍ଟେଲ ସେମିରେ

ଭୁବନେଶ୍ୱର ୧୩/ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ୩୧ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ତ୍ରୁତୀୟ ଦିବସରେ ସ୍ପୋର୍ଟସ ହଷ୍ଟେଲ କଟକ ଓ ନାମଖନ ଫୁଟବଲ ଏକାଡେମୀ, ବେହେଲା କଲିକତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଧା ରେ ସ୍କୋର ଶୂନ୍ୟ ରହିଥିବାବେଳେ ଦିତୀୟ।ର୍ଦ୍ଧ ନାମଖନ ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିବାବେଳେ ପ୍ରଥମାର୍ଧା ରେ ସ୍କୋର ଶୂନ୍ୟ ରହିଥିବାବେଳେ ଦିତୀୟ।ର୍ଦ୍ଧ ନାମଖନ ଫୁଟବଲ ଏକାଡେମୀ, ବେହେଲା, କଲିକତାକୁ ସ୍ପୋର୍ଟସ ହଷ୍ଟେଲ,କଟକ ୩-୦ ଗୋଲ କରି ହରାଇ ବିଜୟୀ ହୋଇଛି । ଆଜିର ଖେଳକୁ ଶିବ ଶଙ୍କର ପଣ୍ଡା, ଶିବ ସାମନ୍ତରାୟ, ସୁକାନ୍ତ କୁମାର ପ୍ରଧାନ ଓ ଓମ୍ ପ୍ରକାଶ ମିଶ୍ର , ଅକ୍ଷୟ କୁମାର ପଟ୍ଟନାୟକ, ଗଙ୍ଗାଧର ପଟ୍ଟନାୟକ,ବିଶ୍ଵନାଥ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଆଜି ଅତିଥି ଭାବେ ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରସନ୍ନ କୁମାର ନନ୍ଦ , ଡାକ୍ତର ଅଂଶୁମାନ ରାୟ , ବିଶିଷ୍ଟ ବ୍ୟବସାୟୀ ଏସ କେ ସକୁନ , ଅବସରପ୍ରାପ୍ତ ବ୍ଲକ ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ସାମନ୍ତରାୟ,ସମାଜସେବୀ ଦିଲ୍ଲୀପ କୁମାର ରାୟ,କମାଗୁରୁ କଲେଜ ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତି, ସମାଜସେବୀ ସାରଙ୍ଗଧର ମହାପାତ୍ର , ଅରୂପ ପ୍ରଧାନ, ସମାଜସେବୀ ଜାନକୀ ମହାପାତ୍ର ଓ କ୍ରୀଡା ସଂସଦ ଉପଦେଷ୍ଟା ରବୀନ୍ଦ୍ର କୁମାର ରାଉତରାୟ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଉଭୟ ଦଳର ଶିବ ମଣ୍ଡଳ ଓ ରୋନିକ ମାଝୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ମାନସ ଚନ୍ଦ୍ର ପଟ୍ଟନାୟକ ଙ୍କ ସ୍ବର୍ଗତ। ପତ୍ନୀ ଲିପସିତା ଖୁଣ୍ଟିଆ ଓ ଯୁଗ୍ମ ସଂପାଦକ ଦୀପକ ପ୍ରଧାନ ପ୍ରଧାନଙ୍କ ସ୍ବର୍ଗତ।ମା@ଉଷାରାଣୀ ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଆଜି ସଭାପତି ବିପିନ କୁମାର ଜୟସିଂହ ,ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ , ପ୍ରକାଶ କୁମାର ବଳିଆରସିଂହ, ସମ୍ପାଦକ ଭାଗିରଥି ପ୍ରଧାନ , କୋଷାଧ୍ୟକ୍ଷ ହରିହର ସିଂହ, ବରିଷ୍ଠ ଉପଦେଷ୍ଟା ମହେଶ୍ୱର ବେହେରା, ଯୁଗ୍ମ ସମ୍ପାଦକ ଦୀପକ କୁମାର ପ୍ରଧାନ,ହିମାଂଶୁ ଭୁଷଣ ଚମ୍ପତିରାୟ, ଉମେଶ ଚନ୍ଦ୍ର ମିଶ୍ର, ଅଜୟ କୁମାର ହରିଚନ୍ଦନ,, ଆବାହକ ମନୋଜ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ପାଟ୍ଟଶାଣୀ ଓ ପ୍ରସାଦ ଦାସ, ଦିଗମ୍ବର ବଳିଆରସିଂହ , ବିଜୟ କୁମାର ପାଲଟାସିଂହ, ପ୍ରଦୀପ୍ତ କୁମାର ଷଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ।ଆସନ୍ତା କାଲିର ଖେଳ ଏସ ପିଏମ୍ ବିଶାଖାପାଟଣା ଓ ହିନ୍ଦୁସ୍ଥାନ ହିରୋଜ ଫୁଟବଲ ଏକାଡେମୀ , ବେହେଲା, କଲିକତା ମଧ୍ୟରେ ଅନୁଷ୍ଠିତ ହେବ।

8
1201 views