logo

Subhadra Yojana: ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ, ମାର୍ଚ୍ଚ ୩୧ ସୁଦ୍ଧା ପଞ୍ଜୀକରଣ କଲେ ଏକାଥରେ ଦୁଇ କିସ୍ତି

ସୁଭଦ୍ରା ଯେଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀ ୧୫ ତାରିଖ ପରେ ମିଳିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ତେବେ ଏନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆବେଦନ କଲେ ଏକା ଥରକେ ଦୁଇକିସ୍ତିର ଟଙ୍କା ମିଳିବ।

ସୁଭଦ୍ରା ଟଙ୍କା ପାଇଁ ଗାଁର ଶେଷ ହିତାଧିକାରୀ ଆବେଦନ କଲା ଯାଏଁ ପଞ୍ଜୀକରଣ ଚାଲିବ । ୨ ଲକ୍ଷ ୬୭ ହଜାର ମହିଳା ବିଭିନ୍ନ କାରଣରୁ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏମାନଙ୍କ ବାଦ ପଡିବା ପଛର କାରଣ, ବିଧିବଦ୍ଧ ଭାବେ କେହି ଆବେଦନ କରିନଥିବା ଓ ଆବେଦନପତ୍ରରେ ଦେଇଥିବା ତଥ୍ୟ ସହ ପ୍ରକୃତ ତଥ୍ୟର ତାଳମେଳ ରହୁନଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି।

ତେବେ ସରକାରୀ ସ୍ତରରେ ଯାଞ୍ଚ ସହ ତ୍ରୁଟିର ସଂଶୋଧନ କରାଯାଉଛି । ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ଜାନୁଆରୀ ୧୫ ପର୍ଯ୍ୟନ୍ତ ଚାଲିବ । ଯାଂଚ ପରେ ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଯିବ। ଏନେଇ ବ୍ୟାଙ୍କଗୁଡିକ ସହିତ ବୈଠକ ସରିଲାଣି ।

0
2891 views